Medicines Become Cheaper / ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଶସ୍ତା ହେଲା ୩୯ଟି ଔଷଧ, ନିୟମ ଭାଙ୍ଗିଲେ ଜେଲ୍

Key Points
ଅତି ସୁଲଭ ମୂଲ୍ୟରେ ମିଳିବ ଜୀବନ ରକ୍ଷାକାରୀ ଔଷଧ
ଦେଶର କୋଟି କୋଟି ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଦେଶର କୋଟି କୋଟି ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ସାଧାରଣ ଜନତାଙ୍କୁ ଅତି ସୁଲଭ ମୂଲ୍ୟରେ ମିଳିବ ଜୀବନ ରକ୍ଷାକାରୀ ଔଷଧ। ମନଇଚ୍ଛା ଦାମ୍ ଆଦାୟ କରୁଥିବା ଔଷଧ କମ୍ପାନୀଗୁଡ଼ିକ ଉପରେ ଲଗାମ ଲଗାଇବାକୁ ଯାଇ ‘ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ’ (NPPA) ୩୯ଟି ନୂତନ ଔଷଧର ସର୍ବାଧିକ ମୂଲ୍ୟ ସ୍ଥିର କରିଛି। କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ନିୟମ ଅନୁସାରେ, ଏହିସବୁ ଔଷଧ ଏବେ ସାରା ଦେଶରେ ସମାନ ଦରରେ ଉପଲବ୍ଧ ହେବ।
ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରକ୍ତଚାପ (BP), ମଧୁମେହ (Diabetes), ହୃଦରୋଗ, ସଂକ୍ରମଣ, ମୃଗଶିରା ଏବଂ ଚକ୍ଷୁ ରୋଗରେ ପୀଡ଼ିତ ଲକ୍ଷ ଲକ୍ଷ ରୋଗୀ ଉପକୃତ ହେବେ। ଏପରିକି HIV ଏବଂ କର୍କଟ (Cancer) ଭଳି ଗୁରୁତର ବ୍ୟାଧିର ଔଷଧ ମଧ୍ୟ ଏବେ ଯଥେଷ୍ଟ କମ୍ ମୂଲ୍ୟରେ ମିଳିବ।
କେତେ ରହିଛି ନୂଆ ଦର?
ବ୍ଲଡ୍ ପ୍ରେସର (BP): ଆମ୍ଲୋଡିପିନ୍, ଟେଲମିସାର୍ଟନ୍ ଏବଂ ମେଟୋପ୍ରୋଲୋଲ୍ ସକ୍ସିନେଟ୍ର ମିଶ୍ରଣ ଟାବଲେଟ୍ ଏବେ ମାତ୍ର ₹୧୨.୦୩ ରେ ମିଳିବ।
📱 Get Argus News App
✨ଇନଫେକସନ୍: ଆମୋକ୍ସିସିଲିନ୍ ଏବଂ ପୋଟାସିୟମ୍ କ୍ଲାଭ୍ୟୁଲାନେଟ୍ ଟାବଲେଟ୍ ଫର୍ମୁଲେସନ୍ ଆଧାରରେ ଯଥାକ୍ରମେ ₹୧୯.୫୩ ଏବଂ ₹୨୭.୩୧ ରେ ଉପଲବ୍ଧ ହେବ।
HIV କିଟ୍: ଦାରୁନାଭିର୍, ରିଟୋନାଭିର୍ ଏବଂ ଡୋଲୁଟ୍ଗ୍ରାଭିର୍ କିଟ୍ର ମୂଲ୍ୟ ₹୩୩୦.୪୦ ସ୍ଥିର ହୋଇଛି।
ହୃଦରୋଗ: ଅତି ଜରୁରୀ ଟେନେକ୍ଟପ୍ଲେସର (50mg) ଇଞ୍ଜେକ୍ସନ ଏବେ ₹୬୦,୨୩୮.୨୭ ରେ ମିଳିବ।
ଏହାବାଦ୍ ଆସ୍ପିରିନ୍ ଓ ମେଟଫର୍ମିନ୍ ଭଳି ଜରୁରୀ ଔଷଧର ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। (ସୂଚନାଯୋଗ୍ୟ, ଏହି ସ୍ଥିର ମୂଲ୍ୟ ଉପରେ ପୃଥକ ଭାବେ GST ଲାଗୁ ହେବ।)
ଅଧିକ ଟଙ୍କା ନେଲେ ଜେଲ୍ ସହ ଜରିମାନା
କଳାବଜାରୀ ଓ ମନଇଚ୍ଛା ମୂଲ୍ୟ ଆଦାୟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। କୌଣସି ବି ଔଷଧ ଦୋକାନୀ ବା କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ। ଯଦି କେହି ଏହାର ଉଲ୍ଲଂଘନ କରନ୍ତି, ତେବେ 'ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫' ଅନୁସାରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକ ନିଆଯାଇଥିବା ଟଙ୍କାକୁ ସୁଧ ସହିତ ଆଦାୟ କରାଯିବା ସହ ଲାଭଖୋର ବ୍ୟବସାୟୀଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ଏହାସହିତ ପ୍ରତ୍ୟେକ ମେଡିକାଲ୍ ଷ୍ଟୋର ସମ୍ମୁଖରେ ଗ୍ରାହକମାନେ ସହଜରେ ଦେଖିପାରିବା ଭଳି ଏକ ନୂତନ ଦର ତାଲିକା (Price List) ମାରିବାକୁ ବାଧ୍ୟତାମୂଳକ କରାଯାଇଛି। ନୂଆ ବ୍ରାଣ୍ଡ୍ ନାମରେ ଔଷଧ ବିକୁଥିବା କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ସମାନ ଭାବେ ଲାଗୁ ହେବ।
Related Topics
Explore more stories