ଗୋଟିଏ ବେଦୀରେ ବସିଛନ୍ତି ୪ କନିଆ, ସମସ୍ତଙ୍କ ମଥାରେ ଦେଉଛନ୍ତି ସିନ୍ଦୁର ଜଣେ ପୁରୁଷ

ଅର୍ଗସ ବ୍ୟୁରୋ: ବିବାହ କରିବାକୁ କିଏ ସ୍ବପ୍ନ ନ ଦେଖେ କହିଲେ। ଏଥିପାଇଁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ବିବାହ ବେଦୀରେ ସାତଜନ୍ମର ସାଥୀ ହେବାକୁ ଦୁହେଁ ଦୁହିଁଙ୍କ ସହ ଶପଥ ନେଇଥାନ୍ତି ଉଭୟ ଦମ୍ପତି। ସାଧାରଣତଃ ଗୋଟିଏ ମଣ୍ଡପରେ ଜଣେ ବର ସହ ଜଣେ କନ୍ୟାର ବିବାହ ହୋଇଥାଏ।
କିନ୍ତୁ କେବେ ଶୁଣିଛନ୍ତି ଗୋଟିଏ ବର ସହିତ ୪ କନ୍ୟାଙ୍କର ବିବାହ ହେବା କଥା? ସେ ପୁଣି ଗୋଟିଏ ବେଦୀରେ। ଆଉ ଏକ ସମୟରେ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏଭଳି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ରରେ ଜଣେ ବରକୁ ୪ଜଣ କନ୍ୟା। ସେ ପୁଣି ଏକାସାଙ୍ଗରେ ୪ଜଣଙ୍କ ମଥାରେ ସିନ୍ଦୁର ଦେଉଛନ୍ତି।
ତେବେ ଏସବୁ ଘଟଣା ମନ୍ଦିର ଭିତରେ ହିଁ ହୋଇଛି। ଯେଉଁଠାରେ ଚାରିଜଣ କନ୍ୟା ଏକାଠି ବସିଛନ୍ତି। ବର ହସୁଛି ଆଉ ଟିପେ ସିନ୍ଦୁର ନେଇ ସମସ୍ତଙ୍କ ସିନ୍ଥିରେ ଦେଉଛି। ଖାସ କଥା ହେଉଛି ପ୍ରଥମ ଏବଂ ତୃତୀୟ କନ୍ୟାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ସେମାନେ ଝିଅ ପରି ନୁହନ୍ତି ବରଂ ପୁଅ ପରି ଦେଖାଯାଉଛନ୍ତି। ତେବେ ବାସ୍ତବରେ ଏହି ଭିଡିଓକୁ ମନୋରଞ୍ଜନ ପାଇଁ ତିଆରି କରାଯାଇଛି। ଆଉ ଭିଡିଓକୁ ଇନଷ୍ଟାରେ ଶେୟାର କରାଯାଇଛି। ଭିଡିଓକୁ ବ୍ରଜେଶ ତିଓ୍ବାରି ନାମକ ଜଣେ ବ୍ୟକ୍ତି। ଏହି ଭିଡିଓକୁ ଦେଖି କିଛି ୟୁଜର୍ସ ରାଗିଯାଇଛନ୍ତି ରିଲ ପାଇଁ ମ୍ୟାରେଜକୁ ଥଟ୍ଟା ପରିହାସ କରିବା ଉଚିତ ନୁହେଁ। ତେବେ ଏମାନେ ସବୁ ଝିଅ ନୁହେଁ କିନ୍ନର ବୋଲି ଜଣାପଡ଼ିଛି। ଜଣେ ୟୁଜର୍ସ ଲେଖିଛନ୍ତି ହେ ପ୍ରଭୁ ବିଷ ଟିକେ ଖାଇବା ପାଇଁ କିଏ ପଇସା ଦିଅ।
ଅଧିକ ପଢ଼ନ୍ତୁ ଭାରତ ଖବର