Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ଲାସରୁମରେ ପାଠପଢ଼ା ଚାଲିଥିବାବେଳେ ଖସି ପଡ଼ିଲା ଛାତ ୪ ମୃତ ୬୦ରୁ ଅଧିକ ଆହାତ

Rashmita Mishra
Browse all articles by Rashmita Mishra
·11 months ago·1 min read
କ୍ଲାସରୁମରେ ପାଠପଢ଼ା ଚାଲିଥିବାବେଳେ ଖସି ପଡ଼ିଲା ଛାତ ୪ ମୃତ  ୬୦ରୁ ଅଧିକ ଆହାତ

Key Points

ରାଜସ୍ଥାନର ଝାଲାବାଡ଼ରେ ବଡ଼ ଦୁର୍ଘଟଣା

କ୍ଲାସରୁମରେ ପାଠପଢ଼ା ଚାଲିଥିବାବେଳେ ଖସି ପଡ଼ିଲା ଛାତ ୪ ଛାତ୍ରଙ୍କ ମୃତ୍ୟୁ

୬୦ରୁ ଅଧିକ ଛାତ୍ର ଫସି ରହିଥିବା ଆଶଙ୍କା

ଶୁକ୍ରବାର ସକାଳେ ରାଜସ୍ଥାନର ଝାଲାୱାଡ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନୋହରଥାନା ବ୍ଲକର ପିପ୍ଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଅନେକ ପିଲା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

କ୍ଲାସରୁମରେ ପାଠପଢ଼ା ଚାଲିଥିବାବେଳେ ଖସି ପଡ଼ିଲା ଛାତ । ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୬୦ ଜଣ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୮ ଜଣ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।

ମନୋହରପୁର ଥାନା ଅଧିନସ୍ଥ ପୀପୋଲୋଦିରେ ରାଜକୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ପରେ ଆତଙ୍କିତ ହୋଇପଡିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଉଦ୍ଧାରକାରୀ ଟିମ ପକ୍ଷରୁ ଫସି ଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଏକାଧିକ JCB ମେସିନ ନିୟୋଜିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4-dead-over-60-injured-as-roof-collapses-during-class | Argus News