Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Uttarakhand Cloud Brust: ଦେବଭୂମୀରେ ପୁଣି ପ୍ରକୃତିର କରାଳ ରୂପ, ବୁଡ଼ିଗଲା ଧରାଲୀ ଗାଁ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Uttarakhand Cloud Brust: ଦେବଭୂମୀରେ ପୁଣି ପ୍ରକୃତିର କରାଳ ରୂପ, ବୁଡ଼ିଗଲା ଧରାଲୀ ଗାଁ

Key Points

ଭୂସ୍ଖଳନ ସହ ଧସିଲା ପାହାଡ଼ ।
୨୦୧୩ ପରେ ପୁଣିଥରେ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ।
ଉଦ୍ଧାର କାର୍ଯ୍ୟରେ ITBP ଯବାନ ଓ NDRF ଟିମ ମୁତୟନ ।

ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ । ପ୍ରବଳ ଜଳସ୍ରୋତରେ ଭାସିଗଲା ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟସ୍ଥ ଉତ୍ତରକାଶୀର ଧରାଲୀ ଗାଁ । ମାତ୍ର କେଇ କ୍ଷଣ ମଧ୍ୟରେ ପୂରା ଗାଁ ଛାରଖାର ହୋଇଯାଇଛି । ଧରାଲୀ ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବର୍ତ୍ତମାନ ସୁଦ୍ଧା ୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ବାଦଲଫଟା ବର୍ଷା ପରେ ପାହାଡ଼ ଫଟେଇ ମାଡି ଆସିଲା ପାଣି । ଭୂସ୍ଖଳନ ସହ ଧସିଲା ପାହାଡ । ଭୟଙ୍କର ବେଗରେ ମାଡୁ ଆସିଥିବା ଜଶ ସ୍ରୋତର ଆଁରେ ନିଶ୍ଚିନ୍ନ ହୋଇଯାଇଛି ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟସ୍ଥ ଉତ୍ତରକାଶୀର ଧରାଲୀ ଗାଁ । ଆଖି ଆଗରେ ଜଳ ସ୍ରୋତରେ ଭାସିଯାଇଛନ୍ତି ଲୋକ, ଦୋକାନ ବଜାର । ଜୀବନ ବିକଳରେ କିଏ ଗଛ ଶାଖାରେ ଝୁଲି ରହିଛି ତ କିଏ ପଙ୍କ କାଦୁଅ ଭିତରୁ ଫସି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି । ମାତ୍ର କେଇ କ୍ଷଣ ମଧ୍ୟରେ ପୂରା ଗାଁ ଛାରଖାର ହୋଇଯାଇଛି । ଖୁବ୍‌ ଜୋରରେ ପାଣି ମାଡି ଆସିବାରୁ ତଳୁଆ ଅଞ୍ଚଳକୁ ଭସାଇ ନେଇଛି । ଜଳ ସ୍ରୋତରେ ୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ 50ରୁ ଅଧିକ ଲୋକ ହୋଇଛନ୍ତି ନିଖୋଜ । 20ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଧରାଲୀ ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତଙ୍କୁ ସମବେଦନା ଜଣାଇଛନ୍ତି ।

ଘଟଣା ଉପରେ ସତର୍କ ନଜର ରଖିଛି ପ୍ରଶାସନ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉଦ୍ଧାର କାର୍ଯ୍ୟରେ ୩ ଟିମ ITBP ଓ 4 ଟିମ NDRF ଯବାନ ନିୟଜିତ ହୋଇଛନ୍ତି । ଜରୁରୀ ସ୍ଥିତିକୁ ନେଇ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିବା ସହ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ପାହାଡିଆ ରାଜ୍ୟରେ ପ୍ରବଳ ବର୍ଷା ପରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ ଜୀବନହାନୀ ସହ ଅନେକ ଲୋକ ବାସହରା ହଇଛନ୍ତି । ୨୦୧୩ରେ ବଦ୍ରିନାଥରେ ପ୍ରକୃତିର ତାଣ୍ଡବ ପରି ସ୍ଥିତି ହୋଇଛି । ଲୋକଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭାବେ ସେନା, ପୋଲିସ ସହ ଉଦ୍ଧାରକାରୀ ଟିମ ପ୍ରୟାସ ଜାରି ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 Dead, Scores Buried In Sludge: Cloudburst Horror In Uttarakhand Village | Argus News