Uttarkashi Cloudburst: ଭାସିଗଲା ଘର ଦ୍ୱାର, ଉଜିଗଲା ସଂସାର ! ଦେଖନ୍ତୁ ଭିଡିଓ...

Key Points
ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଲୋକ ନିଖୋଜ ।
ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।
ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ଉତ୍ତରକାଶୀରେ ତୀବ୍ର ଜଳସ୍ରୋତରେ ବିଲୀନ ହୋଇଛି ଗାଁ, ସହର । ୨୦୧୩ ପରେ ପୁଣିଥରେ ଦେଖିବାକୁ ମିଳିଛି ଏପରି ଭୟଙ୍କର ଦୃଶ୍ୟ । ଆଖି ଆଗରେ ଜଳ ସ୍ରୋତରେ ଭାସିଯାଉଛନ୍ତି ଲୋକ, ଦୋକାନ ବଜାର । ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ବର୍ତ୍ତମାନ ସୁଦ୍ଧା ITBPର ୩ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଖୁବଶୀଘ୍ର NDRFର ୪ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜରୁରୀ ବୈଠକ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ଘୋଷଣା ହୋଇଛି । ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।
ଅଚାନକ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି କିଛି ଲୋକ ମଧ୍ୟ ବନ୍ୟାର ସ୍ରୋତରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ପ୍ରକୃତିର ତାଣ୍ଡବରୁ ହୋଟେଲ ଠାରୁ ଆରମ୍ଭ କରି ହୋମ ଷ୍ଟେ ଭଳି ବଡ଼ବଡ଼ କୋଠା ମଧ୍ୟ ବର୍ତ୍ତି ନାହାନ୍ତି । ୨୦ରୁ ୨୫ଟି ହୋଟେଲ ଏବଂ ହୋମ ଷ୍ଟେ ପାଣିର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫର ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉତ୍ତରାଖଣ୍ଡ ସରକାର ଉଦ୍ଧାର କାର୍ଯ୍ୟରେ ଭାରତୀୟ ସ୍ଥଳ ସେନାର ସହାୟତା ଲୋଡ଼ିଛନ୍ତି।
Cloudburst and flash flood in Uttarakhand.
- Praying for everyone's safety! 🙏❤️pic.twitter.com/OfnSoYL5XA
📱 Get Argus News App
✨🛑
— Uttarkashi Police Uttarakhand (@UttarkashiPol) August 5, 2025
उत्तरकाशी, हर्षिल क्षेत्र में खीर गाड़ का जलस्तर बढने से धराली में नुकसान होने की सूचना पर पुलिस, SDRF, आर्मी आदि आपदा दल मौके पर राहत एवं बचाव कार्य में जुटे हैं।
उक्त घटना को देखते हुए सभी नदी से उचित दूरी बनायें। स्वयं, बच्चों व मवेशियों को नदी से उचित दूरी पर ले जायें। pic.twitter.com/tAICzWQUzc