Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Pakistan / ପାକିସ୍ତାନ ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଏୟାର ଡିଫେନ୍ସ ଗନ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ପାକିସ୍ତାନ ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଏୟାର ଡିଫେନ୍ସ ଗନ୍‌

Key Points

URAM ବା ମାନବହୀନ ଯାନ, ରକେଟ୍, ତୋପ ଓ ମୋର୍ଟାରରୁ ସୃଷ୍ଟି ହେଉଥିବା ବିପଦକୁ ଏହି ବନ୍ଧୁକ ପ୍ରତିହତ କରିବ।

ଏହାକୁ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବ୍ୟବହାର କରାଯିବ।

ଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ।

ବଡ଼ ଯୁଦ୍ଧ ପାଇଁ ଭାରତ କରୁଛି କି ପ୍ରସ୍ତୁତି । କାରଣ ଗୋଟିଏ ପଟେ ଆତଙ୍କୀସ୍ତାନ ପାକିସ୍ତାନକୁ କଡ଼ା ଚେତାବାନୀ ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଅନ୍ୟପଟେ ସୀମାରେ ମୁତୟନ ହେଉଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯାହାକୁ ଦେଖିଲେ ଲାଗୁଛି ଆଗକୁ ସ୍ଥିତି ଭୟଙ୍କର ହେବ ।

ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଏଥର ଆଉ କମ୍ପ୍ରମାଇଜ୍ ନାହିଁ, ଏଥର ଆଟାକ୍‌ ଆହୁରି ଭୟଙ୍କର ହେବ । ଆବଶ୍ୟକ ପଡ଼ିଲେ ମାନଚିତ୍ରରୁ ହଟିଯିବ ପାକିସ୍ତାନ । ଦିନକ ପୂର୍ବରୁ ସ୍ଥଳ ସେନା ମୁଖ୍ୟଙ୍କ ଏଭଳି ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ଖବର ଆସୁଛି ଭାରତୀୟ ସ୍ଥଳ ସେନା ଆଣିବ ଅତ୍ୟାଧୁନିକ ଏକେ ୩୬୦ ଏୟାର ଡିଫେନ୍ସ ବନ୍ଧୁକ। ସରକାରଙ୍କ ଦ୍ୱାରା ପରିଚଳିତ ଆଡଭାନ୍ସଡ ୱିପନ ଓ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିଃ ବା AWEIL ଏହି ଅତ୍ୟାଧୁନିକ ବନ୍ଧୁକ ସ୍ଥଳ ସେନାକୁ ଦେବ। ଏଥିପାଇଁ ସ୍ଥଳ ସେନା ପକ୍ଷରୁ ସଂସ୍ଥାକୁ କୁହାଯାଇଛି। ମିଶନ ସୁଦର୍ଶନ ଚକ୍ର ଅଧୀନରେ ସ୍ଥଳ ସେନା ବନ୍ଧୁକ ଆଣିବାକୁ ନିଷ୍ପତ୍ତି ନେଇଛି।

ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମିଶନ ସୁଦର୍ଶନ ଚକ୍ରର ଆରମ୍ଭ କରିଥିଲେ। ଏବେ ସ୍ଥଳ ସେନା ଏହା ଅଧୀନରେ ଅତ୍ୟାଧୁନିକ ବନ୍ଧୁକ ଆଣିବ। ଏହାକୁ ପାକିସ୍ତାନ ସୀମାନ୍ତରେ ଖଞ୍ଜା ଯିବ। ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, “ଭାରତୀୟ ଆର୍ମି ଏୟାର ଡିଫେନ୍ସ ପକ୍ଷରୁ ୬ଟି ଏକେ-୬୩୦ ଏୟାରା ଡିଫେନ୍ସ ବନ୍ଧୁକ ପାଇଁ ଅନୁରୋଧ ପ୍ରସ୍ତାବ ଦିଆଯାଇଛି। ୩୦ ଏମଏମ ମଲ୍ଟି ବାରେଲ ମୋବାଇଲ ଏୟାର ଡିଫେନ୍ସ ଗନ ସିଷ୍ଟମ ସହ ଗୋଟିଏ ଉଚ୍ଚ ଗୁଳି ବର୍ଷଣର ବ୍ୟବସ୍ଥା ଏଥିରେ କରାଯିବ।”

URAM ବା ମାନବହୀନ ଯାନ, ରକେଟ୍, ତୋପ ଓ ମୋର୍ଟାରରୁ ସୃଷ୍ଟି ହେଉଥିବା ବିପଦକୁ ଏହି ବନ୍ଧୁକ ପ୍ରତିହତ କରିବ। ଏହାକୁ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବ୍ୟବହାର କରାଯିବ। ଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ।

ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ କିମି ଓ ଏଥିରୁ ପ୍ରତି ମିନିଟରେ ୩ ହଜାର ରାଉଣ୍ଡ ଗୁଳି ମାଡ଼ କରାଯାଇ ପାରିବ। ମେ’ ମାସରେ ପାକିସ୍ତାନ ସହ ସାମରିକ ବିବାଦରେ ବିରାମ ଲାଗିବା ପରେ ଭାରତୀୟ ସେନା AK-630ର ପରୀକ୍ଷଣ କରିଥିଲା। ଏହା ବେଶ ସଫଳ ହୋଇଥିଲା। କିନ୍ତୁ ଏଥିରେ ଆଉ କିଛି ଯନ୍ତ୍ରାଂଶର ବିକଶିତ କରିବାକୁ କୁହାଯାଇଥିଲା। ଏବେ କିନ୍ତୁ ଭାରତୀୟ ସେନା ଏକେ ୩୬୦ ଏୟାର ଡିଫେନ୍ସ ଗନ ସୀମାରେ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Pakistan | 4 km Range, 3,000 Rounds per Minute: AK630 Air Defence Guns To Be Deployed Along Pak Border | Argus News