Videos
|
National

Terror Attack Victims / ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ପରିବାରକୁ ବଡ଼ ସହାୟତା, MBBS ପାଇଁ ମିଳିଲା ୪ ସିଟ୍

Bikash Mohanty
Browse all articles by Bikash Mohanty
·1 hour ago·2 min read
ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ପରିବାରକୁ ବଡ଼ ସହାୟତା, MBBS ପାଇଁ ମିଳିଲା ୪ ସିଟ୍
Home

Key Points

ଆତଙ୍କବାଦ ପୀଡିତ ପରିବାର ପାଇଁ ୪ MBBS ସିଟ୍
ବଡ଼ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ଦେଶର ତିନୋଟି ସରକାରୀ ମେଡିକାଲ କଲେଜରେ ମିଳିବ ସିଟ
ନୂଆଦିଲ୍ଲୀ, ୦୪/୦୯: ବଡ଼ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। 2026-27 ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ପୁଲରୁ ଚାରୋଟି MBBS ସିଟ୍ ବିଶେଷ ଭାବରେ ଆତଙ୍କବାଦର ଶିକାର ହୋଇଥିବା ସାଧାରଣ ନାଗରିକଙ୍କ ପତି/ପତ୍ନୀ ଏବଂ ପିଲାମାନଙ୍କ ପାଇଁ ଆବଣ୍ଟନ କରିଛି। ଏହି ସିଟ୍‌ ଗୁଡ଼ିକ ଦେଶର ତିନୋଟି ସରକାରୀ ମେଡିକାଲ କଲେଜରେ ଉପଲବ୍ଧ ହେବ।

ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆତଙ୍କବାଦ ବିରୋଧୀ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏନେଇ ଚିଠି ଜାରି କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚିହ୍ନଟ କରି ସେପ୍ଟେମ୍ବର ୧୨, ୨୦୨୬ ସୁଦ୍ଧା ନାମ ସୁପାରିସ କରିବାକୁ କୁହାଯାଇଛି। ଆବେଦନ ଦାଖଲ ପୂର୍ବରୁ ବ୍ୟାପକ ପ୍ରଚାର ଏବଂ ଆବେଦନକାରୀଙ୍କ ଯୋଗ୍ୟତାର ଉପଯୁକ୍ତ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟସୀମା ପରେ କୌଣସି ସମୟ ବୃଦ୍ଧି କରାଯିବ ନାହିଁ।

କେଉଁଠି କେତେ ସିଟ୍?

କେନ୍ଦ୍ରୀୟ ପୁଲରୁ ଆବଣ୍ଟିତ ୪ଟି MBBS ସିଟ୍ ତିନୋଟି ମେଡିକାଲ କଲେଜରେ ବଣ୍ଟନ କରାଯାଇଛି। ବିହାରର ଗୟାସ୍ଥିତ AN ମଗଧ ମେଡିକାଲ କଲେଜରେ ଗୋଟିଏ ସିଟ୍ ଏବଂ ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଗ୍ରାଣ୍ଟ ମେଡିକାଲ କଲେଜରେ ଗୋଟିଏ ସିଟ୍ ରହିଛି। ଏହା ସହ ଛତିଶଗଡ଼ର ରାୟପୁରସ୍ଥିତ ପଣ୍ଡିତ ଜବାହରଲାଲ ନେହରୁ ମେଡିକାଲ କଲେଜରେ ଦୁଇଟି ସିଟ୍ ରଖାଯାଇଛି। ଏହି ନିଷ୍ପତ୍ତି ଗତ ମାସରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା କାର୍ଯ୍ୟାଳୟ ସ୍ମାରକପତ୍ରର ଅନୁସରଣରେ ନିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଏ ପାଇପାରିବେ ସୁଯୋଗ?

ଏହି ସୁବିଧା ପାଇଁ ପ୍ରାର୍ଥୀ ଭାରତୀୟ ନାଗରିକ ହେବା ଆବଶ୍ୟକ। ଆତଙ୍କବାଦୀ ହିଂସାରେ ମୃତ୍ୟୁବରଣ କରିଥିବା କିମ୍ବା ସ୍ଥାୟୀ ଭାବେ ଅକ୍ଷମ ହୋଇଥିବା ନାଗରିକଙ୍କ ପତି/ପତ୍ନୀ କିମ୍ବା ସନ୍ତାନ ଏହି ସିଟ୍ ପାଇଁ ଯୋଗ୍ୟ ହେବେ। ପ୍ରାର୍ଥୀଙ୍କ ବୟସ ପ୍ରବେଶ ସମୟରେ କିମ୍ବା ପ୍ରବେଶ ବର୍ଷର ଡିସେମ୍ବର ୩୧ ସୁଦ୍ଧା ଅତିକମରେ ୧୭ ବର୍ଷ ହୋଇଥିବା ଦରକାର। ଏହାବ୍ୟତୀତ ଜାତୀୟ ମେଡିକାଲ କମିଶନର ନିୟମ ଅନୁସାରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ପୂରଣ କରିବାକୁ ପଡ଼ିବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବବିଜ୍ଞାନ/ବାୟୋଟେକ୍ନୋଲୋଜି ସହ ଇଂରାଜୀ ବିଷୟରେ ଯୋଗ୍ୟତା ଆବଶ୍ୟକ।

ପଢନ୍ତୁ ଏହି ଖବର: GSLV-F17 ର ସଫଳ ଉତକ୍ଷେପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

NEET-UG ରେ ଯୋଗ୍ୟତା ଜରୁରୀ

କେବଳ ସିଟ୍ ପାଇଁ ଯୋଗ୍ୟ ହେଲେ ହେବ ନାହିଁ। ପ୍ରାର୍ଥୀଙ୍କୁ NEET-UG ୨୦୨୬ରେ ମଧ୍ୟ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଅଣସଂରକ୍ଷିତ ଏବଂ Gen-EWS ପ୍ରାର୍ଥୀଙ୍କ ପାଇଁ ୫୦ତମ ପ୍ରତିଶତ, SC/ST/OBC ପ୍ରାର୍ଥୀଙ୍କ ପାଇଁ ୪୦ତମ ପ୍ରତିଶତ ଯୋଗ୍ୟତା ସୀମା ରହିଛି। PwD ବର୍ଗର ଅଣସଂରକ୍ଷିତ ଓ Gen-EWS ପ୍ରାର୍ଥୀଙ୍କ ପାଇଁ ୪୫ତମ ଏବଂ SC/ST/OBC PwD ପ୍ରାର୍ଥୀଙ୍କ ପାଇଁ ୪୦ତମ ପ୍ରତିଶତ ଆବଶ୍ୟକ।

କେମିତି ହେବ ଚୟନ?

ଚୟନ ପ୍ରକ୍ରିୟାରେ ତିନୋଟି ବର୍ଗକୁ ପ୍ରାଥମିକତା ଦିଆଯିବ। ପ୍ରଥମେ ଆତଙ୍କବାଦୀ ହିଂସାରେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ସୁଯୋଗ ମିଳିବ। ଦ୍ୱିତୀୟରେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଆତଙ୍କବାଦୀ ହିଂସାରେ ମୃତ୍ୟୁବରଣ କରିଥିଲେ, ସେହି ପରିବାରର ପିଲାଙ୍କୁ ପ୍ରାଥମିକତା ଦିଆଯିବ। ତୃତୀୟରେ ଆତଙ୍କବାଦୀ କାର୍ଯ୍ୟରେ ସ୍ଥାୟୀ ଅକ୍ଷମତା କିମ୍ବା ଗୁରୁତର ଆଘାତ ପାଇଥିବା ପୀଡ଼ିତଙ୍କ ପିଲାଙ୍କୁ ବିଚାର କରାଯିବ। ପ୍ରତ୍ୟେକ ବର୍ଗ ମଧ୍ୟରେ NEET-UG ୨୦୨୬ ରାଙ୍କ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସିଟ୍ ଦିଆଯିବ। ତେବେ ପ୍ରତ୍ୟେକ ପୀଡ଼ିତ ପରିବାରରୁ ଜଣେ ୱାର୍ଡଙ୍କ ପାଇଁ ଏହି ସୁବିଧା ସୀମିତ ରହିବ।

ଆତଙ୍କବାଦରେ ପ୍ରଭାବିତ ପରିବାରର ପିଲାମାନଙ୍କୁ ଡାକ୍ତରୀ ଶିକ୍ଷାର ସୁଯୋଗ ଦେବା ଦିଗରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ଭାବେ ଦେଖାଯାଉଛି।