ଦିନ ଗୋଟାଏ ସୁଦ୍ଧା ୪୦.୦୯% ଭୋଟିଂ, ହିମାଚଳ-ପଶ୍ଚିମବଙ୍ଗରେ ସର୍ବାଧିକ

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ଆଜି ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସିଟରେ ଆଜି ଭୋଟିଂ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରାଣାସୀ ସିଟ ବି ସାମିଲ ଅଛି । ପଞ୍ଜାବ ଓ ୟୁପିରେ ୧୩-୧୩ ସିଟ, ପଶ୍ଚିମବଙ୍ଗରେ ୯, ବିହାରର ୮, ଓଡିଶାର୬, ହିମାଚଳର ୪, ଝାଡଖଣ୍ଡର ୩ ଓ ଚଣ୍ଡିଗଡର ଗୋଟିଏ ସିଟରେ ହେଉଛି ମତଦାନ ।
ଏହି ପର୍ଯ୍ୟାୟରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ହମୀରପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଡାୟମଣ୍ଡ ହାର୍ବରରୁ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ, ପଟିୟାଲାପୁତ୍ରରୁ ଲାଲୁଯାଦବଙ୍କ ଝିଅ ମିସା ଭାରତୀ, ମଣ୍ଡିରୁ କଙ୍ଗନା ରଣାୱତ ମୈଦାନରୁ ନିର୍ବାଚନ ଲଢୁଛନ୍ତି ।
ଦିନ ଗୋଟିଏ ସୁଦ୍ଧା ଦେଶରେ ୪୦.୦୯ ପ୍ରତିଶତ ମତକଦାନ ହୋଇଥିବା ବେଳେ, ବିହାରରେ ୩୫.୬୫%, ହିମାଚଳ ପ୍ରଦେଶରେ, ୪୮.୬୩ %, ଝାଡଖଣ୍ଡରେ ୪୬.୮୦%, ଓଡିଶାରେ ୩୭.୬୪%, ପଞ୍ଜାବରେ ୩୭.୮୦%, ଉତ୍ତରପ୍ରଦେଶରେ ୩୯.୩୧%, ପଶ୍ଚିମବଙ୍ଗରେ ୪୫.୦୭% ଓ ଚଣ୍ଡିଗଡରେ ୪୦.୧୪% ଭୋଟ ପଡିଛି।
ଅଧିକ ପଢ଼ନ୍ତୁ ଭାରତ ଖବର