Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ

National

ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ

Smruti Parija
Browse all articles by Smruti Parija
·1 year ago·2 min read
ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ହେଉଛି ଶ୍ରଦ୍ଧାଳୁଙ୍କ ଭିଡ। ପବିତ୍ର ସଙ୍ଗମରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ। ଏପର୍ଯ୍ୟନ୍ତ ପ୍ରାୟ ୪୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ଆଜିକୁ ୨୮ ଦିନ ହେବ ମହାକୁମ୍ଭରେ ମେଳା ଲାଗିଛି। ଲୋକେ ପବିତ୍ର ସଙ୍ଗମରେ ବୁଡ ପକାଉଛନ୍ତି । ମୌନି ଦୁର୍ଘଟଣା ପରେ କିଛି ଦିନ ପାଇଁ ସ୍ଥିଗିତ ରଖାଯାଥିଲା ସଂସ୍କୃତିକ କାର୍ଯ୍ୟକ୍ରମ। ବର୍ତ୍ତମାନ ପୁଣି ଏହା ଆରମ୍ଭ ହୋଇଛି । ପ୍ରଶାସନ କହିବାନୁଯାୟୀ ଯଦି ଏପରି ଭିଡ ରହିଲା ତେବେ ମହାକୁମ୍ଭ ସମାପନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର୍‌ ହୋଇଯାଇପାରେ ।


ନିକଟରେ ସଙ୍ଗମରେ ବୁଡ ପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ନାନ ପରେ ମା ଗଙ୍ଗାଙ୍କ ଉପାସନା କରିବାକୁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଏଥର ମୋଦି ନୂଆ କପଡା ପରିଧାନରେ ଥିଲେ । କଳା କୁର୍ତ୍ତା ଓ ଜ୍ୟାକେଟ୍ ସହ ମୁଣ୍ଡରେ ଟୋପି ବି ପିନ୍ଧିଥିଲେ । ବେକରେ ଗେରୁଆ ଗାମୁଛା ପକାଇ ମା ଗଙ୍ଗାଙ୍କ ପୂଜା କରିବାକୁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୈଦିକ ମନ୍ତ୍ରୋଚ୍ଚାରଣ ଭିତରେ ପିଏମ୍ ମୋଦି ମା ଗଙ୍ଗାଙ୍କ ଧାରାର ଅର୍ଚ୍ଚନା କଲେ। ପତିତପାବନୀଙ୍କ ଧାରାରେ ଅକ୍ଷତ, ପୁଷ୍ପ, ନୈବେଦ୍ୟ ଅର୍ପଣ କରିବାଠାରୁ ନେଇ ମା ଗଙ୍ଗାଙ୍କର ଦୁଗ୍ଧାଭିଷେକ କଲେ । ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେଉଥିଲା ପୁରା ଗଙ୍ଗା ଘାଟ।


ତା ପରେ ମା ଗଙ୍ଗାଙ୍କର ଅଭିଷେକ କଲେ ପ୍ରଧାନମନ୍ତ୍ରୀ । ପବିତ୍ର ଧାରାକୁ ନୂତନ ବସ୍ତ୍ର ଅର୍ପଣ କଲେ। ମା ଗଙ୍ଗାଙ୍କ ଆରତି ବି କଲେ। ଚରାଚର ଜଗତର ମଙ୍ଗଳ କାମନା କରିବା ସହ ପୂଜା ସମ୍ପନ୍ନ କରି ପିଏମ୍ ମୋଦି ପୁଣି ଥରେ ସେହି ନୌକାରେ ବସିଲେ ଯାହା ମାଧ୍ୟମରେ ସେ ସଙ୍ଗମ ତଟରେ ପହଞ୍ଚିଥିଲେ। ସ୍ନାନ, ଦାନ, ପୂଜାର୍ଚ୍ଚନା ପରେ ପୁଣି ସେହି ଛୋଟ ନୌକାରେ ଅରେଲ୍ ଘାଟକୁ ଆସିଲେ ଯେଉଁଥିରେ ସେ ଯାଇଥିଲେ । ଅରେଲ୍ ଘାଟ ଆଖପାଖରେ 100ରୁ 200 ମିଟର ଦୂରତାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପିଏମ୍ ମୋଦିଙ୍କର ଗୋଟିଏ ଝଲକ ପାଇଁ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିରାଶ କଲେନାହିଁ। ନୌକାରୁ ଓହ୍ଲାଇବା ପରେ କାରରେ ବସିବା ବଦଳରେ ପ୍ରଧାନମନ୍ତ୍ରୀ କିଛି ଦୂର ଆଗକୁ ଗଲେ ଏବଂ ସେଠାରେ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଲେ।


ଏହି ସମୟରେ ସିଏମ୍ ଯୋଗୀ ବି ତାଙ୍କ ସହ ଥିଲେ। ପୁଣି ଉଭୟ ଗୋଟିଏ କାରରେ ସେଠାରୁ ବାହାରିଲେ। ପିଏମ୍ ମୋଦି ଅରେଲ୍ ଘାଟ ପହଞ୍ଚିବା ବେଳେ ବି ତାଙ୍କ ସହ କିଛି ବଡ଼ ପାଟ ପଟୁଆର ନ ଥିଲା। ସୁରକ୍ଷା କର୍ମୀଙ୍କ ଛଡ଼ା କେବଳ ସିଏମ୍ ଯୋଗୀ ହିଁ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଆଉ ପ୍ରଧାନମନ୍ତ୍ରୀ ଫେରିବା ବେଳେ ବି କୌଣସି ସାଧୁ ସନ୍ଥ ସନ୍ୟାସୀ ବା ଅନ୍ୟ କେହି ଲୋକେ ସେଠାରେ ନଥିଲେ ।

Sponsored
41-crores-have-already-take-holy-dip-at-prayagraj | Argus News