Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉଦ୍ଧାର ହେଲା ୪୧ ଜୀବନ, ପରିବାରରେ ଖୁସିର ମାହୋଲ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଉଦ୍ଧାର ହେଲା ୪୧ ଜୀବନ, ପରିବାରରେ ଖୁସିର ମାହୋଲ 

ନୂଆଦିଲ୍ଲୀ:  ବହୁ ପ୍ରତୀକ୍ଷାର ହେଲା ଅନ୍ତ, ଟନେଲ ଭିକରୁ ଉଦ୍ଧାର ହେଲେ ୪୧ ଶ୍ରମିକ । ଉଦ୍ଧାର ଶ୍ରମିକଙ୍କୁ ଦେଖି ଭାବବିହ୍ଵଳ ହେଲେ ଆତ୍ମୀୟ ସୋଜନ ।
ମଙ୍ଗଳବାର...ସମୟ- ସଂଧ୍ୟା...ସାମ୍ନାକୁ ଆସିଲା ଖୁସିର ମୁହୂର୍ତ୍ତ । କାରଣ ଏହି ସମୟରେ ହିଁ ଉଦ୍ଧାର ହେଲେ ଟନେଲରେ ଫଶିଥିବା ୪୧ ଶ୍ରମିକ । ଦୀର୍ଘଦିନ ପରେ ଦେଖିଲେ ଖୋଲା ଆକାଶ ।  ସମ୍ପର୍କୀୟଙ୍କୁ ଟନେଲ ବାହାରେ ଦେଖି ବାଭବିହ୍ୱଳ ହୋଇଥିଲେ ଶ୍ରମିକ ଆଉ ତାଙ୍କ ପରିବାର।  ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିଯିବାରୁ  ଦୀର୍ଘ ୧୭ ଦିନ ଫସିକି ଥିଲେ ୭ ରାଜ୍ୟର ୪୧ ଶ୍ରମିକ । ଆଉ ଏହାରି ଭିତରେ ଥିଲେ ଓଡ଼ିଶାର ୫ ଶ୍ରମିକ ।  ଯେବେଠୁ ଟନେଲ ଭିତରେ ଶ୍ରମିକ ଫସିବାର ଖବର ପ୍ରସାରଣ ହୋଇଛି  ସେବେଠୁ ତାଙ୍କ ଘରେ କାନ୍ଦ ବୋବାଳିରେ ଫାଟିପଡୁଥିଲା।  ଚୁଲି ଜଳିବା ବନ୍ଦ ହୋଇଯାଇଥିଲା।  ସ୍ତ୍ରୀ କାନ୍ଦୁଥିଲା ସ୍ୱାମୀର ଉଦ୍ଧାର ପାଇଁ, ମାଆ କାନ୍ଦୁଥିଲା ପୁଅ ପାଇଁ ।  କେମିତି ଭଲରେ ଭଲରେ ଉଦ୍ଧାର ହେବେ ଶ୍ରମିକ ସେଥିପାଇଁ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚାନ। କେମିତି ଭଗବାନ ସମସ୍ତ ୪୧ ଶ୍ରମିକଙ୍କୁ ଉଦ୍ଧାର କରିଦିଅନ୍ତୁ ସେନେଇ ସମସ୍ତଙ୍କର ଲକ୍ଷ୍ୟ ଗୋଟିଏ ଥିଲା । କେମିତି ତାଙ୍କ ତେଲ ଲୁଣର ସଂସାର ପାଖକୁ ଆସିବ  ଏହାହିଁ ଥିଲା ପ୍ରାର୍ଥନା । ଶେଷରେ ଭକ୍ତିର ଜୟ ହେଲା, ଭକ୍ତର ଡାକ ଶୁଣିଲେ ମହାକାଳ ।

ଉଦ୍ଧାର ଥିଲା ବଡ଼ ଚ୍ୟାଲେଞ୍ଜ

ଯେବେଠୁ ଟନେଲରେ ଶ୍ରମିକ ଫସିଛନ୍ତି ସେବେଠୁ  ସମସ୍ତଙ୍କୁ କୁଶଳେ ଉଦ୍ଧାର କରିବା ଫାଇଁ  ରାଜ୍ୟ ଓ କେନ୍ଦ୍ର  ସରକାରଙ୍କ ହଜିଥିଲା  ନିଦ।  ଦିନରାତି  ଏକ କରି ଉଦ୍ଧାରରେ ଲାଗିଥିଲା ପ୍ରଶାସନ ।  ଦେଶ ବାହାରୁ ଆସିଥିଲା ବ୍ୟୟବହୁଳ ଅଗର ମେସିନ।  ପଥର କାଟିବା ବେଳେ  ଭାଙ୍ଗିଯାଇଥିଲା ଅଗର ମେସିନର  ବ୍ଲେଡ।  ଆଶା ବି ମଉଳି ଥିଲା।  ହତାଶ ଆଉ ନିରାଶ ମଧ୍ୟରରେ ପ୍ରଶାସନ ଆଉ ଉପସ୍ଥିତ ଅଞ୍ଚଳବାସୀ ଏବଂ ସମ୍ପର୍କୀୟ ହାତ ଟେକିଦେଇଥିଲା । ଗୁହାରି କରିଥିଲେ ବାବା  ଭୋକ ନାଗଙ୍କ ନିକଟରେ ।  ଶ୍ରମିକଙ୍କୁ ଉଦ୍ଧାର କରିଦିଅ ବାବା । ବାବାଙ୍କ କୃପା ଏବଂ ପ୍ରଶାସନର କଠୋର ପରିଶ୍ରମ ପାଇଁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ। ସତରେ ଯାହାକୁ ରଖିବ ଅନନ୍ତ କି କରିପାରେ ବଳବନ୍ତ।
  
ଅଧିକ  ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
41 lives were saved, families are happy | Argus News