Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁକୁର ବୁଲାଇ ମାସକୁ ୪.୫ ଲକ୍ଷ: ଇଛାଥିଲେ କୌଣସି ଡିଗ୍ରୀର ଆବଶ୍ୟକ ନାହିଁ

Rashmita Mishra
Browse all articles by Rashmita Mishra
·11 months ago·2 min read
କୁକୁର ବୁଲାଇ ମାସକୁ ୪.୫ ଲକ୍ଷ: ଇଛାଥିଲେ କୌଣସି ଡିଗ୍ରୀର ଆବଶ୍ୟକ ନାହିଁ

Key Points

ପ୍ରତି ମାସରେ ପାଖାପାଖି ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତାହା ମଧ୍ୟ କେବଳ କୁକୁରମାନଙ୍କୁ ବୁଲାଇବାକୁ ନେଇ । MBBS ଓ MBA କରିଥୁବା ବ୍ୟକ୍ତିଙ୍କ ଦରମା ଠାରୁ ବି ଅଧିକ ରୋଜଗାର କରୁଛନ୍ତି

ବର୍ତ୍ତମାନ ସମୟରେ ଲୋକମାନେ କିଛି ଅଲଗା କରି କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି । ଏହାର ଉଦାହରଣ ବି ବହୁତ ଅଛି । ବର୍ତ୍ତମାନ ସମୟରେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏଭଳି କିଛି କରି ଚର୍ଚ୍ଚାରେ ରହିଛନ୍ତି । ଆଉ କାରଣ ହେଉଛି ତାଙ୍କର ଅଧିକ ଟଙ୍କା ରୋଜଗାର କରିବା । ଯାହା ବଡ଼ ବଡ଼ ଡିଗ୍ରୀ ହାସଲ କରିଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇଛି ।


ଏହି ବ୍ୟକ୍ତି ଜଣକ ପ୍ରତି ମାସରେ ପାଖାପାଖି ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତାହା ମଧ୍ୟ କେବଳ କୁକୁରମାନଙ୍କୁ ବୁଲାଇବାକୁ ନେଇ । MBBS ଓ MBA କରିଥୁବା ବ୍ୟକ୍ତିଙ୍କ ଦରମା ଠାରୁ ବି ଅଧିକ ରୋଜଗାର କରୁଛନ୍ତି । ସେ ପ୍ରମାଣ କରିଛନ୍ତି କି କଠିନ ପରିଶ୍ରମ ଓ ପଇସା ରୋଜଗାର କରିବାକୁ ଇଛାଥିଲେ କୌଣସି ଡିଗ୍ରୀର ଆବଶ୍ୟକ ନାହିଁ।


ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଭାଇରାଲ୍ ହେଉଛି। ସମସ୍ତେ ତାଙ୍କ ବିଷୟରେ କଥା ହେଉଛନ୍ତି। କିନ୍ତୁ ସେହି ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି । ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ପ୍ରତ୍ୟେକ କୁକୁରକୁ ଦିନକୁ ଦୁଇଥର ବୁଲାଇବା ପାଇଁ ମାସକୁ ୧୦ରୁ ୧୫ ହଜାର ଟଙ୍କା ନିଅନ୍ତି ।ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ଫୂଣ୍ଣ ସତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ତ୍ତମାନ ସୁଧା ଏହି ବ୍ୟକ୍ତି ୩୮ଟି କୁକୁରଙ୍କୁ ସମ୍ଭାଳୁଛନ୍ତି। ସକାଳେ ଓ ସନ୍ଧ୍ୟାରେ ବୁଲାଇବା ସହିତ କୁକୁରମାନଙ୍କର ଫିଟ୍‌ନେସ୍ ଓ ସେମାନଙ୍କ ଖୁସିର ମଧ୍ୟ ଧ୍ୟାନ ରଖୁଛନ୍ତି । କୁକୁର ମାଲିକ ମାନେ ବି ତାଙ୍କ କାମରେ ଖୁବ ଖୁସି ଅଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଏହି ବ୍ୟକ୍ତିଙ୍କ ଭାଇ, ଯିଏକି ଜଣେ MBA ଗ୍ରାଜୁଏଟ୍, ମାସକୁ ମାତ୍ର ୭୦,୦୦୦ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଏହି ବ୍ୟକ୍ତି ନିଜ ଭାଇଠାରୁ ୬ ଗୁଣ ଅଧିକ ରୋଜଗାର କରୁଛନ୍ତି।


ଯେଉଁଠାରେ ଲୋକମାନେ ଡିଗ୍ରୀ ପଛରେ ଦୌଡ଼ୁଛନ୍ତି, ସେଠାରେ ସେ ପ୍ରମାଣ କରିଛନ୍ତି ମନରେ ଯଦି ଉତ୍ସାହ ଓ କାମ କରିବାର ଆଗ୍ରହ ଥାଏ ତେବେ କିଛି ବି କରିହେବ । ଏହି କାହାଣୀ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କିପରି ଏକ ସାଧାରଣ କାମ ଏତେ ବଡ଼ ରୋଜଗାର ଦେଇଛି ।


ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା । ଏହି କାହାଣୀ ସେହି ଲୋକଙ୍କ ପାଇଁ ଏକ ଉଦାହରଣ ଯେଉଁମାନେ ଭାବୁଛନ୍ତି ଯେ କେବଳ ଭଲ ପାଠ ପଢିଲେ କ୍ୟାରିୟର ହିଁ ସଫଳତାର ମିଳିବ ।


Sponsored
45-lakhs-per-month-for-dog-walking-no-degree-required-if-desired | Argus News