ଜାମ୍ମୁ-କାଶ୍ମୀରରେ ୪୮ଟି ପର୍ଯ୍ୟଟନସ୍ଥଳୀ ବନ୍ଦ

ଜମ୍ମୁ-କାଶ୍ମୀର ସ୍ଥିତି ସମ୍ପର୍କରେ ବଡ଼ ଅପଡେଟ୍ । ଗୁଇନ୍ଦା ସୂଚନା ଅନୁସାରେ ଘାଟିରେ ସକ୍ରିୟ ହୋଇଛନ୍ତି ସ୍ଲିପର ସେଲ୍ । ସ୍ଲିପର ସେଲଙ୍କୁ ଗତିବିଧି ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଥିବା ସୂଚନା । ଆତଙ୍କବାଦୀଙ୍କ ଘର ଉଡ଼ାଯିବା ପରେ ପ୍ରତିଶୋଧ ନେଇପାରନ୍ତି ଆତଙ୍କୀ ସଂଗଠନ । ଟାର୍ଗେଟ୍ କିଲିଂ ସମ୍ଭାବନା ଥିବା ନେଇ ମିଳିଛି ଗୁଇନ୍ଦା ସୂଚନା ।
ସୁରକ୍ଷା ଏଜେନ୍ସିଙ୍କ ସୁପାରିଶ କ୍ରମେ ଜମ୍ମୁ-କାଶ୍ମୀର ସରକାର ଏ ନିଷ୍ପତ୍ତି ନେଇଛନ୍ତି । ପହଲଗାମ ଆକ୍ରମଣ ପରେ ବନ୍ଦ ହୋଇଛି ୪୮ଟି ପର୍ଯ୍ୟଟନସ୍ଥଳୀ । ଗୁଲମର୍ଗ, ସୋନମର୍ଗ ଅଞ୍ଚଳର ବହୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି । ସମ୍ବେଦନଶୀଳ ପର୍ଯ୍ୟଟନସ୍ଥଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସମ୍ବେଦନଶୀଳ ପର୍ଯ୍ୟଟନସ୍ଥଳୀରେ ଆତ୍ମଘାତୀ ଆକ୍ରମଣ ନିରୋଧୀ ଟିମ୍ ମୁତୟନ ହୋଇଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ଜାମ୍ମୁ-କାଶ୍ମୀରର ୮୭ରୁ ୪୮ଟି ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦୃଷ୍ଟିରୁ ନିଆଯାଇଛି ଏ ନିଷ୍ପତ୍ତି ।