ଗୁଣାତ୍ମକ ପରୀକ୍ଷଣରେ ଫେଲ୍ ହୋଇଛି ୪୯ଟି ଔଷଧ

Key Points
https://argusnews.in/topics/national
ଅର୍ଗସ ବ୍ୟୁରୋ: ଗୁଣାତ୍ମକ ପରୀକ୍ଷଣରେ ଫେଲ୍ ହୋଇଯାଇଛି ୪୯ଟି ଔଷଧ। ସେଥିମଧ୍ୟରେ ଲାଇଫ୍ ମ୍ୟାକ୍ସ କ୍ୟାନ୍ସର୍ ଲାବୋରେଟୋରି ଦ୍ୱାରା ନିର୍ମିତ କ୍ୟାଲସିୟମ୍ ୫୦୦ ଏମ୍ଜି ଏବଂ ଭିଟାମିନ୍ ଡି୩ ଟାବଲେଟ୍ ମଧ୍ୟ ଅନ୍ତର୍ଭୁକ୍ତ।
ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସେପ୍ଟେମ୍ବର ମାସ ପାଇଁ ମାସିକ ରିପୋର୍ଟ ପ୍ରକାଶ କରିଛି। ଯାହାକି ୪୯ଟି ଔଷଧକୁ ଚିହ୍ନଟ କରିଛି। ସମୁଦାୟ ୩୦୦ ଔଷଧ ନମୁନା ମଧ୍ୟରୁ ଆବଶ୍ୟକୀୟ ଗୁଣାତ୍ମକ ମାନ ପୂରଣ କରୁନଥିବା ମଧ୍ୟରେ ୪୯ଟି ମିଳିଛି।କେବଳ ସେତିକି ନୁହେଁ, ନକଲି କମ୍ପାନି ଦ୍ୱାରା ନିର୍ମିତ ଚାରିଟି ଔଷଧ ଉପରେ ମଧ୍ୟ ସିଡିଏସସିଓ ପ୍ରତିବନ୍ଧକ ଲଗାଇଛି।
ଜନସାଧାରଣଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସିଡିଏସସିଓର ପ୍ରୟାସର ଏକ ଅଂଶ ଭାବରେ ଗୁଣାତ୍ମକ ପରୀକ୍ଷଣରେ ଫେଲ୍ ହୋଇଥିବା ଔଷଧଗୁଡ଼ିକର ନାମ ପ୍ରକାଶ କରାଯାଇଛି। ସିଡିଏସସିଓର ମୁଖ୍ୟ ରାଜୀବ ସିଂ ରଘୁବଂଶୀଙ୍କ ଅନୁଯାୟୀ, ପରୀକ୍ଷିତ ସମସ୍ତ ଔଷଧର ମାତ୍ର ୧ ପ୍ରତିଶତ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ବାକି ୯୯ ପ୍ରତିଶତ ଔଷଧର ଗୁଣବତ୍ତା ଠିକ୍ ରହିଛି।
ପରୀକ୍ଷାରେ ଫେଲ୍ ହୋଇଥିବା ଉତ୍ପାଦରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ୍ ଟ୍ୟାବଲେଟ୍, ରେନ୍ବୋ ଲାଇଫ୍ ସାଇନ୍ସର ଡୋମେରିଡୋନ୍ ଟାବଲେଟ୍ ଏବଂ ପୁଷ୍କର ଫାର୍ମାର ଅକ୍ସିଟୋସିନ୍ ଇଞ୍ଜେକ୍ସନ୍ ଅନ୍ତର୍ଭୁକ୍ତ ରହିଛି। ଅନ୍ୟ ଔଷଧ ମଧ୍ୟରେ ସ୍ୱିସ୍ ବାୟୋଟେକ୍ ପ୍ୟାରେଣ୍ଟେଲସ୍, ଆଲ୍କେମ୍ ଲାବ୍ସର ପ୍ୟାନ୍ ୪୦, କର୍ଣ୍ଣାଟକ ଆଣ୍ଟି ବାୟୋଟିକ୍ସ ଦ୍ବାରା ପ୍ରସ୍ତୁତ ହେଉଥିବା ପାରାସିଟମଲ୍ ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର