କୂଅରେ ପଶିଥିଲା ବିଲେଇ, ୫ ଜଣଙ୍କର ନେଲା ଜୀବନ
·2 years ago·1 min read

ନୂଆଦିଲ୍ଲୀ: ବିଲେଇର ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ୫ ଜଣ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ର ଅହମଦନଗରର ବାଡକୀ ଗାଁରେ। ବିଳମ୍ବିତ ରାତିରେ ଏକ କୂଅରେ ବିଲେଇ ପଡିଯିବାରୁ ୫ ଜଣ ଲୋକ ଉକ୍ତ ବିଲେଇକୁ ବଞ୍ଚେଇବାକୁ ଯାଇ କୂଅକୁ ଡେଇଁ ପଡିଥିଲେ। କୂଅରେ ବିଷାକ୍ତ ଗ୍ୟାସ ଥିବାରୁ ୫ ଜଣଙ୍କ ଜୀବନ ଚାଲିଗଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି କୂଅର ଶବକୁ ବାହାର କରିଥିଲା।
ସୂଚନାମୁତାବକ, ବିଲେଇ କୂଅରେ ପଡିବା ଖବର ପାଇ ୫ ଜଣ ବ୍ୟକ୍ତି ଗୋଟିଏ ପରେ ଗୋଟିଏ କୂଅକୁ ଡେଇଁ ଥିଲେ ରେସ୍କ୍ୟୁ କରିବା ପାଇଁ । ତେବେ ଯେଉଁ କୂଅରେ ବିଲେଇ ପଡିଥିଲା ଉକ୍ତ କୂଅ ବହୁ ଦିନରୁ ବନ୍ଦ ରହିଥିଲା। ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇଥିଲା କୂଅ। ଯେଉଥିପାଇଁ କୂଅରେ ବାୟୋଗ୍ୟାସ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ ବିଲେଇକୁ ରେସ୍କ୍ୟୁ କରିବା ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: