ରାକ୍ଷସୀ ସ୍ତ୍ରୀ, ସ୍ୱାମୀକୁ ମାରି ୫ ଫୁଟ ଖୋଳି ପୋତିଦେଲା

Key Points
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ସ୍ୱାମୀକୁ ମାରି ପୋତି ଦେଲା ସ୍ତ୍ରୀ
ପୋଲିସର ଖୋଳତାଡ଼
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ସ୍ୱାମୀକୁ ମାରି ପୋତି ଦେଲା ସ୍ତ୍ରୀ। ପାରିବାରିକ ଝଗଡ଼ା ନେଲା ଭୟଙ୍କର ରୂପ। ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଲୋକେ ଜାଣିଯିବେ ବୋଲି ଘର ଭିତରେ ୫ ଫୁଟ ଖୋଳି ସ୍ୱାମୀ ମୃତଦେହକୁ ପୋତିଦେଲା ସ୍ତ୍ରୀ। ଆସାମ ଗୋହାଟୀରେ ଘଟିଛି ଏଭଳି ଘଟଣା। ପତ୍ନୀଙ୍କ ବୟାନ ପରେ ରହିମାନଙ୍କ ମୃତଦେହକୁ ମାଟି ତଳୁ ଉଦ୍ଧାର କରାଯାଇ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଥିଲା। ଏହା ସହ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଜାରି ରଖିଛି ପୋଲିସ।
ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବିବାହକୁ ୧୫ ବର୍ଷ ହୋଇଯାଇଥିଲା। ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁ ସମୟରେ ଝଗଡ଼ା ହେଉଥିଲା। ଗୋଟେ ଦିନ ଝଗଡ଼ା ସମୟରେ ଉଭୟଙ୍କ ଭିତରେ ମାରପିଟ୍ ହୋଇଥିଲା। ସେହିଠାରେ ହିଁ ସ୍ୱାମୀ ସବିୟାଲ ରହମାନଙ୍କ ମୃତ୍ୟୁ ହୋଇଥିଲା। ୨୬ ଜୁନ୍ରେ ଏହି ଘଟଣା ଗୋହାଟୀର ପାଣ୍ଡ୍ୟା ଅଞ୍ଚଳର ଜୟମତି ନଗରରେ ଘଟିଥିଲା।
📱 Get Argus News App
✨ହତ୍ୟା ପରେ ଅଭିଯୁକ୍ତ ପତ୍ନୀ ରହିମା ଖାତୁନ୍ ସ୍ୱାମୀର ମୃତଦେହକୁ ଘର ଭିତରେ ୫ଫୁଟ ଖୋଳି ପୋତି ଦେଇଥିଲା। ମୃତ୍ୟୁ ଖବର କାହାକୁ ନଜଣାଇ ଘର ଭିତରେ ୫ ଫୁଟ ଖୋଳି ପୋତି ଦେଇଥିଲା ସ୍ତ୍ରୀ। ପଡ଼ୋଶୀ ପଚାରିବାରୁ ସେ ବାହାରକୁ କାମ ପାଇଁ ଯାଇଛନ୍ତି ବୋଲି କହୁଥିଲା ସ୍ତ୍ରୀ। ଏହା ପରେ ତାଙ୍କ ଦେହ ଭଲ ନଥିବା ମଧ୍ୟ କହି ଲୋକଙ୍କ ସତ ଲୁଚାଇଥିଲେ ପତ୍ନୀ।ପଡ଼ୋଶୀଙ୍କୁ ସନ୍ଦେହ ହେବାରୁ ଏନେଇ ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ। ଆଉ ପୋଲିସ ଆଗରେ ସତ ଓଗାଳିଥିଲେ ପତ୍ନୀ।