ଆତଙ୍କବାଦୀଙ୍କୁ ଦମନ ପାଇଁ ଜମ୍ମୁରେ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋ ମୁତୟନ
·1 year ago

ଅର୍ଗସ ବ୍ୟୁରୋ: ଛାନିଆ ହେଲେଣି ଆତଙ୍କବାଦୀ। ଜମ୍ମୁରେ ଆତଙ୍କବାଦୀଙ୍କ ଦମନଲାଗି ମୁତୟନ ହୋଇଛନ୍ତି ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋ। ଫଳରେ ଅନୁପ୍ରବେଶ ରୋକିବା ହେବ ସହଜ । ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି।
ଫଳରେ ସେନା ପକ୍ଷରୁ ଅଧିକରୁ ଅଧିକ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ କରାଯାଇଛି ମୁତୟନ । ରୋମିଓ ଏବଂ ଡେଲଟା ଫୋର୍ସ ସମେତ ରାଷ୍ଟ୍ରିୟ ରାଇଫଲ୍ସର ଦୁଇଟି ଫୋର୍ସ ଏବଂ ଏହି ଅଞ୍ଚଳରେ ସେନା ପୂର୍ବରୁ ନଜର ରଖିଥିବା କୁହାଯାଉଛି। ଏଥିସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି କଡାକଡି। ଆତଙ୍କବାଦୀଙ୍କୁ ଖୋଜି ଖୋଜି ସଫା କରିବା ପାଇଁ ସେନାର ବରିଷ୍ଠ ଅଧିକାରୀମାନେ ଜମ୍ମୁରେ ଡେରା ପକାଇବାକୁ ଯୋଜନା କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: