Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ବାହାରିନର ୫୨ତମ ଜାତୀୟ ଦିବସ ପାଳିତ  

Manini Pattanayak
Browse all articles by Manini Pattanayak
·2 years ago·1 min read
 ବାହାରିନର ୫୨ତମ ଜାତୀୟ ଦିବସ ପାଳିତ  

ନୂଆଦିଲ୍ଲୀ:  ବାହାରିନର ୫୨ତମ ଜାତୀୟ ଦିବସ ପାଳିତ । ବାହାରିନ ସରକାରଙ୍କ ପକ୍ଷରୁ ଜାତୀୟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ । କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିଲେ ବାହାରିନ ଓଡ଼ିଆ ସମାଜ । ଏଥିରେ ଓଡିଶାର କଳା, ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ଏକ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମା ବିନ ଅହମଦ୍ ଖଲିଫା ଅଲ ଅସଫୁର ଉଦଘାଟନ କରିବା ପରେ ପ୍ରଥମେ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସିଥିଲେ ।

ମଣ୍ଡପରେ ଓଡିଶାର ଆଦିବାସୀ ଉତ୍ପାଦ ସମେତ ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ବିଭିନ୍ନ ଓଡ଼ିଆ ହସ୍ତ ଶିଳ୍ପ ଓ  ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ ଜାକୋବଙ୍କ ସମେତ ନେପାଳ, ଜାପାନ, କୋରିଆ, ରୁଷିଆ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଏହି ମଣ୍ଡପ ପରିଦର୍ଶନ କରିଥିଲେ। ଭାରତୀୟ ରାଷ୍ଟ୍ରଦୂତ ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଯାହାକି ଓଡିଶା ଏବଂ ଭାରତ ପାଇଁ ଗର୍ବର ବିଷୟ । ଉଭୟ ବାହାରିନ ଜାତୀୟ ପତାକା ସହିତ ଭାରତୀୟ ତ୍ରିରଙ୍ଗା ପତାକା ଏହି ମଣ୍ଡପରେ ସ୍ଥାନିତ ହୋଇଥିଲା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପସ୍ଥିତିରେ ଓଡିଶା ମଣ୍ଡପ ଅଧିକ ସ୍ବତନ୍ତ୍ର ଓ ଆକର୍ଷଣୀୟ ଲାଗୁଥିଲା । ଗତ ୨୬ବର୍ଷ ଧରି ବହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଏବଂ ହସ୍ତତନ୍ତକୁ ବିଶ୍ବକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bahrain is marking its 52nd National Day today with patriotic celebrations across the country with the streets | Argus News