Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ୫୫ ଲକ୍ଷ ଗାଡ଼ି ପାଲଟିଲା ସ୍କ୍ରାପ୍

National

ଦିଲ୍ଲୀରେ ୫୫ ଲକ୍ଷ ଗାଡ଼ି ପାଲଟିଲା ସ୍କ୍ରାପ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିଲ୍ଲୀରେ ୫୫ ଲକ୍ଷ ଗାଡ଼ି ପାଲଟିଲା ସ୍କ୍ରାପ୍

ରାଜଧାନୀ ଦିଲ୍ଲୀରେ ଆଉ ଗଡ଼ିବନି ପୁରୁଣା ଗାଡ଼ି । ବିଜେପି ସରକାର ପୁରୁଣା ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜାରି କରିଛନ୍ତି ନୂଆ ଗାଇଡ୍ ଲାଇନ୍ । ପରିବହନ ବିଭାଗ ଦ୍ବାରା ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ୨୦୨୪ରେ ଦିଲ୍ଲୀ ରାଜପଥରେ ଗଡ଼ୁଥିବା ୧୦ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ବା ସିଏନଜି ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିଦିଆଯାଇଛି । ଫଳରେ ୫୫ ଲକ୍ଷରୁ ଅଧିକ ଗାଡ଼ି ସ୍କ୍ରାପରେ ପରିଣତ ହୋଇଛି । ଏଣ୍ଡ୍ ଅଫ୍ ଲାଇପ୍ ଗାଡ଼ିର ସୂଚୀ ପରିବହନ ବିଭାଗ ଓ୍ବେବସାଇଟ୍ ରେ ସ୍ଥାନିତ ହୋଇଛି ।

ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶନାମା ଅନୁସାରେ ସାର୍ବଜନିକ ସ୍ଥାନ, ଯେଉଁଥିରେ ଘର ବାହାରେ ଛିଡ଼ା କରାଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସାମିଲ୍ କରାଯାଇଛି । ବାହାର ପାର୍କିଂ ହେଉଥିବା ଯାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ଏଣିକି ଯେଉଁ ଗାଡ଼ିଗୁଡ଼ିକ ପଞ୍ଜୀକରଣ ଶେଷ ହୋଇଥିବ, ସେଗୁଡ଼ିକୁ ବର୍ଷେ ଭିତରେ ରାଜଧାନୀ ଦିଲ୍ଲୀରୁ ବାହାରକୁ ନେବା ପାଇଁ ନୋ-ଅବଜେକ୍ସନ ସାର୍ଟିଫିକେଟ୍ ନେବାକୁ ପଡ଼ିବ ।

ଘର ବାହାରେ ବା ସରକାରୀ ସ୍ଥାନରେ ପାର୍କିଂ କରାଯାଉଥିବା ଗାଡ଼ିଗୁଡ଼ିକୁ ମାଲିକ ମାନେ ନିଜସ୍ବ ଜାଗାରେ ରଖିବେ । ଅନ୍ୟପଟେ ପଞ୍ଜୀକରଣ ରଦ୍ଦ ହୋଇଥିବା ଗାଡ଼ିଗୁଡ଼ିକ ଦୀଲ୍ଲିରେ ରାସ୍ତାରେ ଗଡ଼ିଲେ କିମ୍ବା ସାର୍ବଜନିକ ସ୍ଥାନରେ ପାର୍କିଂ ହେଲେ ପରିବହନ ବିଭାଗ ଜବତ କରିବା ସହିତ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି । ଯାନ ଗୁଡ଼ିକୁ ଯେପରି ପେଟ୍ରୋଲ୍ ପମ୍ପରେ ଇନ୍ଧନ ନମିଳିବ ସେନେଇ ଦିଲ୍ଲୀ ସରକାର ଖୁବଶୀଘ୍ର ନୂଆ ନିୟମ ଆଣିବାକୁ ଯାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
55-million-vehicles-turned-into-scrap-in-delhi | Argus News