Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଝୁଲା ଦେଇ ଭଣ୍ଡାଇ ଦେଲେ ପାଣ୍ଡିଆନ..

National

 ଝୁଲା ଦେଇ ଭଣ୍ଡାଇ ଦେଲେ ପାଣ୍ଡିଆନ..

Manini Pattanayak
Browse all articles by Manini Pattanayak
·1 year ago·2 min read
 ଝୁଲା ଦେଇ ଭଣ୍ଡାଇ ଦେଲେ ପାଣ୍ଡିଆନ..

ଭୁବନେଶ୍ୱର: ନବୀନଙ୍କ ଝୁଲାର ପୋଲ ଖୋଲିଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । କହିଲେ, ୫ଟି ବ୍ୟାଗ ତିଆରି ହେଲା ତାମିଲନାଡୁରେ.. ବଣ୍ଟା ହେଲା ଓଡ଼ିଶାରେ.. ବିକ୍ରି ହେଲା ପୁରା ଦେଶରେ। ଏ ଥିଲା ପାଣ୍ଡିଆନଙ୍କ ୫ଟି ବ୍ୟାଗର ହୀନ ଚକ୍ରାନ୍ତ । ତେଣୁ ପାଣ୍ଡିଆନଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ । ନବୀନଙ୍କ ବାବୁଙ୍କ  ବେକାରୀ ସମସ୍ୟାର ବି ପୋଲ ଖୋଲିଲେ  ହିମନ୍ତ ବିଶ୍ୱଶର୍ମା। କହିଲେ  ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଓଡ଼ିଶାର ଯୁବକଙ୍କୁ ଚାକିରି ମିଳୁନି। ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ। ହେଲେ ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ରେ ଲକ୍ଷେ ଚାକିରି ମିଳିବ ଆଉ ଏହା ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ବଶର୍ମା।  

ଓଡ଼ିଶାକୁ ଏକ ନମ୍ବର କରିବାର ଲକ୍ଷ ରଖିଛନ୍ତି ମୋଦି।  ବିଜେପି ଆସିଲେ ଓଡ଼ିଶା ହେବ  ଏକ ନମ୍ବର।  ମୋଦି ସବୁବେଳେ ଓଡ଼ିଶାର ବିକାଶ ପାଇଁ ଯୋଜନା କରିଛନ୍ତି। ମୋଦି   ଓଡ଼ିଶାର ଜନତାଙ୍କୁ ଚାଉଳ ଦେଲେ.. ଖାଲି ଝୁଲା ଦେଲେ ନବୀନବାବୁ । ସେହି ଖାଲି ଝୁଲା ପରିବର୍ତ୍ତେ ପ୍ରତି ମାସରେ ଲୋକଙ୍କୁ ଅଧ କିଲୋ ଡାଲି ଦେଇଥାନ୍ତେ ନବୀନ ବାବୁ ତେବେ ଲୋକଙ୍କ ଉପକାର ହୋଇଥାନ୍ତେ।  ଏବେ ନବୀନ ଆଉ ପାଣ୍ଡିଆନ କହୁଛନ୍ତି ଫ୍ରୀ ବିଜୁଳି ଦେବେ । ୨୪ ବର୍ଷର ସରକାରରେ ଦେଇପାରିଲେନି ଫ୍ରି ବିଜୁଳି.. ଯେତେବେଳେ ଦବାର ସମୟ ଥିଲା ସେତେବେଳେ  ଦେଲେନି ଏବେ କହୁଛନ୍ତି ଫ୍ରି ବିଜୁଳି ଦେବେ ବୋଲି।

ଏବେ ଦବାର ସମୟ ବିଜେପିର। ମନଖୋଲି ବିଜେପି ଦବ। ..  ଏବେ ପାଣ୍ଡିଆନର କାମ ଏକ୍ସପାୟାର ହୋଇଯାଇଛି.. ୧୦ ତାରିଖକୁ  ବିଜେପି ସରକାର ଗଢିବ ।ସୁଭଦ୍ରା ଯୋଜନା ଲାଗୁ ହେବ ଓଡ଼ିଶାରେ.. ଏକ ଲକ୍ଷ ଚାକିରି ଦେବ ବିଜେପି..  ଦାଦନ ସମସ୍ୟା ହଟାଇବ ବିଜେପି। ଏଥର ଓଡ଼ିଶାରେ ଜୋଡା ପଦ୍ନ ଫୁଟିବ .. ମିଛ କହୁଥିବା ପାଣ୍ଡିଆନ ହେବେ ପଳାୟନ ବୋଲି କହିଛନ୍ତି ହିମନ୍ତ। ମୋଟ୍ ଉପରେ ହିମନ୍ତ ଯେତେଥର ଓଡ଼ିଶା ଆସିଛନ୍ତି ସେତେଥର ନବୀନ ବାବୁଙ୍କ ପୋଲ ଖୋଲିଛନ୍ତି । ହେଲେ ଏବେ ଯେଉଁ ପରି ଢଙ୍ଗରେ ରାଜ୍ୟ ସରକାର ଓ ପାଣ୍ଡିଆନଙ୍କର ପୋଲ ଖୋଲିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ  ଦେଖନ୍ତୁ : 
 

Sponsored
5T bag fabricadas en Tamil Nadu. Distribuidas en Odisha. Vendidas en todo el país. : himanta biswa sarma | Argus News