|
logo
Live

Argus News - ମହେନ୍ଦ୍ରଗଡରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୬ ଶିଶୁଙ୍କ ଜୀବନ

National

ମହେନ୍ଦ୍ରଗଡରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୬ ଶିଶୁଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହେନ୍ଦ୍ରଗଡରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୬ ଶିଶୁଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ହରିଆଣାର ମହେନ୍ଦ୍ରଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଜିଏଲ ପବ୍ଲିକ ସ୍କୁଲର ବସ ଓଲଟି ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ୨୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ଯାଉଥିବା ବେଳ ସ୍କୁଲ ବସଟି ଅଚାନକ ଓଲଟି ପଡିଥିଲା । ଆହତ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳର କୁନି କୁନି ପିଲାଙ୍କ ବ୍ୟାଗ ବିଛାଡି ହୋଇ ପଡିଛି ।

ଦୁର୍ଘଟଣାରେ ଶିଶୁମାନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ଇଦ ଉଲ ଫିତର ପାଇଁ ସ୍କୁଲ ବନ୍ଦ ରହିଥିଲେ ମଧ୍ୟ କାହିଁକି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ନିଆଯାଉଥିଲା ସେ ସମ୍ପର୍କରେ ଜଣାପଡିନାହିଁ । ପ୍ରାଥମିକ ତଦନ୍ତରୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇବାରୁ ଦୁଘଟଣା ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ଡ୍ରାଇଭର ଜଣଙ୍କ ନିଶାସକ୍ତ ଥିଲେ ବୋଲି ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହେନ୍ଦ୍ରଗଡରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୬ ଶିଶୁଙ୍କ ଜୀବନ | Argus News