Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୱାୟନାଡ଼ରେ ଭୂସ୍ଖଳନକୁ 6 ଦିନ ବିତିଲାଣି, ଏବେ ବି ମାଟି ଓ ପଥର ତଳୁ ଚାଲିଛି ଜୀବନ ସନ୍ଧାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ୱାୟନାଡ଼ରେ ଭୂସ୍ଖଳନକୁ 6 ଦିନ ବିତିଲାଣି, ଏବେ ବି ମାଟି ଓ ପଥର ତଳୁ ଚାଲିଛି ଜୀବନ ସନ୍ଧାନ

ଅର୍ଗସ ବ୍ୟୁରୋ:  ମୂଷଳଧାର ବର୍ଷା ପରେ ଲ୍ୟାଣ୍ଡସାଇଡ୍ ଯୋଗୁଁ କେରଳର ୱେୟନାଡରେ ଆସିଥିବା ବିପତ୍ତିରେ ମୃତ୍ୟୁ ସଂଖ୍ୟା 358ରେ ପହଞ୍ଚିଲାଣି। ଏବେ ବି ମାଟିତଳେ ଅନେକ ପୋତି ହୋଇ ରହିଥିବା ଅନୁମାନ କରୁଛନ୍ତି ଉଦ୍ଧାରକାରୀ ଦଳ। କେରଳର ଏହି ଅଘଟଣକୁ 6 ଦିନ ବିତିବାକୁ ବସିଥିବା ବେଳେ ମାଟି ଓ ପଥରର ଆସ୍ତରଣ ଭିତରୁ ଏବେ ବି ଜୀବନ ସନ୍ଧାନ ଜାରି ରହିଛି। ଯେଉଁଥିରେ ସହାୟତା ଲାଗି ଓଡ଼ିଶାରୁ କେରଳର ୱେୟନାଡ ଯାଇଛି ସନ୍ଧାନୀ ପୋଲିସ କୁକୁର ଷ୍ଟର୍ମ। ତା ସହ 9 ଜଣ ପୋଲିସ ଅଧିକାରୀ ମଧ୍ୟ କେରଳ ଗସ୍ତ କରିଛନ୍ତି।

କେରଳରେ ପ୍ରକୃତିର କୋପ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଅର୍ଗସ। ଆଜି ସକାଳୁ ଚୋରଲମାଲାରେ ସେନା ଦ୍ବାରା ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ପାର୍ ହୋଇ ୱେୟନାଡ଼ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମୁଣ୍ଡାକାଇ ଅଭିମୁଖେ ବାହାରିଥିଲେ ଅର୍ଗସର ଟିମ୍। ବାଟରେ ଅର୍ଗସ କ୍ୟାମେରାରେ ବିଧ୍ବଂସର ଯେଉଁ ଦୃଶ୍ୟ କଏଦ ହେଲା ତାହା ଆପଣଙ୍କୁ ଦେଖାଇବା ବି ମୁସ୍କିଲ୍।  ବିତୁଥିବା ପ୍ରତିଟି ମୁହୂର୍ତ୍ତ ସହ ୱେୟନାଡ଼ର ମାଟିତଳେ ଜୀବନର ସମ୍ଭାବନା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ତଥାପି ଅଘଟଣରୁ ବର୍ତ୍ତିଯାଇଥିବା ସମ୍ପର୍କୀୟ ସେମାନଙ୍କ ଆତ୍ମୀୟଙ୍କ ପାଇଁ ହାରିନାହାନ୍ତି ଆଶା। ପୂର୍ବ ଓ ପରର ସ୍ଥିତିକୁ ନିଜ ମୋବାଇଲରେ ଦେଖାଇ ଅର୍ଗସ ଆଗରେ ପ୍ରଳୟର ଭୟାବହ ସ୍ଥିତି ବିଷୟରେ ବଖାଣିଛନ୍ତି ସ୍ଥାନୀୟ ବାସିନ୍ଦା।

କେବଳ ମୁଣ୍ଡାକାଇରେ 40ରୁ ଅଧିକ ଜୀବନ ଯାଇଥିବା ବେଳେ ଏବେ ବି ମାଟି ତଳେ ଅନେକ ମୃତଦେହ ଫସି ରହିଥିବା ଅନୁମାନ କରୁଛନ୍ତି ଉଦ୍ଧାରକାରୀ ଦଳ। ମାଟିତଳୁ ଶବ ଉଦ୍ଧାର ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇଛି ଭାରତୀୟ ସେନା। ଡ୍ରୋନ ବେସଡ଼ ଇଣ୍ଟିଲିଜେନ୍ସ ବରିଡ ଅବଜେକ୍ଟ ଡିଟେକ୍ସନ ସିଷ୍ଟମ ସହାୟତାରେ ମାଟିତଳୁ ଜାରି ରହିଛି ଶବର ସନ୍ଧାନ। ସେପଟେ ଆଜି ଘାଟଣା ସ୍ଥଳ ବୁଲି ଦେଖିବା ସହିତ ଉଦ୍ଧାରକାରୀ ଦଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:
 

Sponsored
6 days after the landslide in Wayanad, the search for life is still going on under the soil and rocks. | Argus News