|
logo
Live
Argus News App
GET APP

Argus News - ତିରୁପତି ମନ୍ଦିର ବୈକୁଣ୍ଠ ଦ୍ବାର ନିକଟରେ ଦଳାଚକଟାରେ 6 ମୃତ 25ରୁ ଅଧିକ ଗୁରୁତର

National

ତିରୁପତି ମନ୍ଦିର ବୈକୁଣ୍ଠ ଦ୍ବାର ନିକଟରେ ଦଳାଚକଟାରେ 6 ମୃତ 25ରୁ ଅଧିକ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago·1 min read
ତିରୁପତି ମନ୍ଦିର ବୈକୁଣ୍ଠ ଦ୍ବାର ନିକଟରେ ଦଳାଚକଟାରେ 6 ମୃତ 25ରୁ ଅଧିକ ଗୁରୁତର

ଅର୍ଗସ ବ୍ୟୁରୋ: ତିରୁପତିରେ ଅଘଟଣ । ପ୍ରସିଦ୍ଧ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ୨୫ରୁ ଅଧିକ ଗୁରୁତରଙ୍କ ସମେତ ଶତାଧିକ ଆହତ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳ ୧୦ଟାରେ ହସପିଟାଲରେ ଆହତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ବୁଧବାର ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଘଟିଥିଲା ଦଳାଚକଟା ସ୍ଥିତି । ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦର୍ଶନ ପାଇଁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଖୋଲିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା । ଏଥିପାଇଁ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ବୈରାଗି ପାଟ୍ଟିଡା ପାର୍କରେ ଲାଇନ ଲଗାଇଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକା ସମୟରେ ସେହି ସ୍ଥାନକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଅଘଟଣ ପରେ ମନ୍ଦିର କମିଟି ପକ୍ଷରୁ ହୋଇଛି ଜରୁରୀ ବୈଠକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ତିରୁପତି ମନ୍ଦିର ବୈକୁଣ୍ଠ ଦ୍ବାର ନିକଟରେ ଦଳାଚକଟାରେ 6 ମୃତ 25ରୁ ଅଧିକ ଗୁରୁତର | Argus News