Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Smruti Parija
Browse all articles by Smruti Parija
·11 months ago·1 min read
ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Key Points

ମନସା ଦେବୀ ମନ୍ଦିରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

୩୦ ଜଣ ଆହତ

ମନସା ଦେବୀ ଟ୍ରଷ୍ଟ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ  ଓ ଆହତଙ୍କୁ 50 ହଜାର ଘୋଷଣା

ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବାସହ ୩୦ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମେଡିକାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଆହତ ମାନଙ୍କ ସମସ୍ତ ଚିକିତ୍ସାଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମନସା ଦେବୀ ଟ୍ରଷ୍ଟ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରାଯାଇଛି । ଆଜି ସକାଳୁ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ହଠାତ୍ ଗୁଜବ ଯୋଗୁଁ ଦଳାଚକଟା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6-devotees-killed-30-injured-in-stampede-at-haridwar-mansa-devi-temple | Argus News