ଫ୍ୟାକ୍ଟ୍ରିରେ ନିଆଁ, ଚାଲିଗଲା ୬ଜଣଙ୍କ ଜୀବନ
·2 years ago

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗରରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହାସହ ଅନେକ ଆହତ ହୋଇଥିବା ଜଣାପଡିଛି। ଏକ ଗ୍ଲୋବସ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଛତ୍ରପତି ସାମ୍ଭାଜୀନଗର ଏମଆଇଡିସି କ୍ଷେତ୍ରରେ ଥିବା ଗ୍ଲୋବସ କାରଖାନାରେ ନିଆଁ ଲାଗିଥିଲେ। କିଛି ସମୟ ମଧ୍ୟରେୋ ପୂରା ଫ୍ୟାକ୍ଟିକୁ ନିଆଁ ବ୍ୟାପୀ ଯାଇଥିଲା। ଏନେଇ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାରଖାନାରେ ଫସିଥିବା ୬ ଲୋକଙ୍କୁ ବଞ୍ଚାଇ ପାରିନଥିଲେ। ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: