Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭ ଶତାବ୍ଦୀର ବିରଳ ଘଟଣା: ଯୋଗୀ

Banajyotshna Ray
Browse all articles by Banajyotshna Ray
·1 year ago
ମହାକୁମ୍ଭ ଶତାବ୍ଦୀର ବିରଳ ଘଟଣା: ଯୋଗୀ

ପ୍ରୟାଗରାଜ ମହାକୁମ୍ଭରେ ଏବେସୁଦ୍ଧା ୬୨ କୋଟି ଲୋକ ବୁଡ ପକାଇ ସାରିଛନ୍ତି । ଏହା ଶତାଦ୍ଦିର ବିରଳ ଘଟଣା ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଗ୍ରାରେ ୟୁନିକର୍ଣ୍ଣ କମ୍ପାନୀ କନକ୍ଲେଭରେ ଯୋଗ ଦେଇ ଯୋଗୀ କହିଛନ୍ତି, ଏହା ଷ୍ଟାର୍ଟଅପ୍ ବିଶ୍ବର ମହାକୁମ୍ଭ । ଯୋଗୀ କହିଛନ୍ତି, ଏହା ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ, କୌଣସି ଧାର୍ମିକ ସମ୍ମେଳନ ହେଉ କିମ୍ବା ପର୍ଯ୍ୟଟନ ଏତେ ସଂଖ୍ୟାରେ ଏତେ ସମୟ ପାଇଁ ବିଶାଳ ସଂଖ୍ୟରେ ଶ୍ରଦ୍ଧାଳୁଙ୍କ ସମ୍ମେଳନ ନିଶ୍ଚିତ ଭାବେ ବିରଳ ।


ମହାକୁମ୍ଭକୁ ଶତାଦ୍ଧିର ବିରଳ ଘଟଣା ବୋଲି କହିଛନ୍ତି ଯୋଗୀ । ସବୁ କ୍ଷେତ୍ରରେ ନୂଆ ଉଦ୍ଭାବନ ଜରୁରୀ । ଇନଭୋସେନ୍ ବିନା କୌଣସି ୟୁନିକର୍ଣ୍ଣ ଆଗକୁ ବଢିପାରିବନି ବୋଲି କହିଛନ୍ତି ଯୋଗୀ । କୋଟି କୋଟି ଭକ୍ତ ଧାଇଁ ଆସିଛନ୍ତି ମହାକୁମ୍ଭକୁ। ଦେଶ ବିଦେଶରୁ ଭକ୍ତଗଣଙ୍କ ସମାଗମ ହେଉଛି ମହାକୁମ୍ଭରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"62 Crore Visited Maha Kumbh, One Of Century's Rarest Events": Yogi Adityanath | Argus News