Videos
|
National

ରେଳ ବିଭାଗ ପାଇଁ 62 ହଜାର 200 କୋଟି ଟଙ୍କା ମିଳିଛି

Manini Pattanayak
Browse all articles by Manini Pattanayak
·2 years ago·1 min read
ରେଳ ବିଭାଗ ପାଇଁ 62 ହଜାର 200 କୋଟି ଟଙ୍କା ମିଳିଛି

ନୂଆଦିଲ୍ଲୀ:  ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ  ପ୍ରେସ ମିଟ୍‌।  ପ୍ରେସ ମିଟ୍‌ରେ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି ଚଳିତ ବର୍ଷ 2ଲକ୍ଷ 62 ହଜାର 200 କୋଟି ଟଙ୍କା ରେଳ ବିଭାଗ ପାଇଁ ପ୍ରଦାନ କରାଯାଇଛି । ସେଥିରୁ 10ହଜାର 586 କୋଟି ଟଙ୍କା ଓଡିଶା ପାଇଁ ପ୍ରଦାନ କରାଯାଇଛି। UPA ସରକାର ସମୟରେ 838 କୋଟି ଟଙ୍କା ଓଡିଶାକୁ ଦିଆଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ 20ଗୁଣ ଅଧିକ ଅର୍ଥ ଓଡିଶାକୁ ଦିଆଯାଇଛି । ଓଡିଶାରେ ବର୍ତମାନ 40ଟି ପ୍ରୋଜେକ୍ଟ କାମ ଚାଲିଛି।

ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ମୋଦୀ ସରକାରଙ୍କ ଏହି ଟର୍ମରେ ଭାରତୀୟ ରେଳର ଅଧିକ ଉନ୍ନତି କରଣ କାର୍ଯ୍ୟ ହେବ। ସମସ୍ତ ରେଳ ଲାଇନ ଇଲେକ୍ଟ୍ରି ଫିକ୍ସନ ହୋଇଛି ।ଅନୁଗୁଳ, ବାରିପଦା,  ଭୁବନେଶ୍ୱର, ନୂଆ ଭୁବନେଶ୍ୱର,  କଟକ, ଦମନଯୋଡି, ଜଳେଶ୍ୱର, ଝାରସୁଗୁଡା, କେସିଙ୍ଗା, କୋରାପୁଟ, ଲିଙ୍ଗରାଜ  ଜଙ୍କସନ, ପୁରୀ, ରଘୁନାଥପୁର, ରାଉରକେଲା ,ସମ୍ବଲପୁର , ସୋର , ତାଳଚେର ଏହି ସମସ୍ତ ଷ୍ଟେସନ ଅମୃତ ଭାରତ ଯୋଜନରେ  ଉନ୍ନତିକରଣ ହେବ। ଲଗାତାର ଭାବେ ରାଜ୍ୟ ସରକାରଙ୍କ ସହ କଥା ହେଉଛି । ଖୁବଶୀଘ୍ର ରେଳ ବିଭାଗର ସମସ୍ତ ପ୍ରକାର ଉନ୍ନତି କରଣ କାର୍ଯ୍ୟହେବ ବୋଲି ପ୍ରେସ ମିଟ୍‌ ରେ ସୂଚନା ଦେଇଛନ୍ତି ଅଶ୍ୱନୀ ବୈଷ୍ଣବ। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
62 thousand 200 crores have been received for the railway department | Argus News