Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Himachal Pradesh Floods / ହିମାଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago·1 min read
ହିମାଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ

Key Points

ହିମାଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ

୧୩ ଦିନରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି

ସେପଟେ ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି

ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି । ସେପଟେ ପାଖାପାଖି ୪୦୦ କୋଟିର କ୍ଷୟ କ୍ଷତି ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି । ବିଶେଷ କରି ମଣ୍ଡି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିଭଳି ବିଳାସପୁର , ସୋଲାନ ଓ ସିମଲା ରେ ପ୍ରବଳ ବନ୍ୟା ସ୍ଥିତି ଦେଖାଦେଇଛି।


ଧର୍ମଶାଳା ଓ ଖନିଆରାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ସବୁ ଜିଲ୍ଲାକୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ କରାଯାଇଛି । ରିଲିଫ୍ ଓ ଉଦ୍ଧାର କାମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ ଏବଂ ଏସଡିଆରଏଫ । ନଦୀ ନିକଟରେ ରହୁଥିବା ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Himachal Pradesh Floods | 63-killed-in-floods-and-landslides-in-himachal | Argus News