ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନୀତିଶଙ୍କ କ୍ୟାବିନେଟ୍ରେ ସାମିଲ୍ ହେଲେ ୭ ବିଜେପି ବିଧାୟକ

ନୀତିଶଙ୍କ କ୍ୟାବିନେଟ୍ରେ ସାମିଲ୍ ହେଲେ ବିଜେପିର ୭ ବିଧାୟକ । ଆଜି ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ଚଳିତବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ କ୍ୟାବିନେଟ୍ ବିସ୍ତାରକୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି ।
ଆଜି ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ବିଜେପିର ୭ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦରଭଙ୍ଗା ବିଧାୟକ ସଞ୍ଜୟ ସରାବଗି, ବିହାରଶରିଫ- ସୁନୀଲ କୁମାର, ଜାଲେ- ଜିବେଶ କୁମାର, ସାହେବଗଞ୍ଜ- ରାଜୁ କୁମାର ସିଂହ, ରିଗା- ମୋତିଲାଲ ପ୍ରସାଦ, ସିକଟି- ବିଜୟ କୁମାର ମଣ୍ଡଳ, ଅମନୌର- କୃଷ୍ଣ କୁମାର ମଣ୍ଟୁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
📱 Get Argus News App
✨ଏହା ପୂର୍ବରୁ ବିହାର ବିଜେପି ସଭାପତି ଦିଲୀପ ଜୟସୱାଲ୍ ରାଜସ୍ଵ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ଶୁକ୍ରବାର ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି । ଏହା ପୂର୍ବରୁ ନୀତିଶ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଆଜି ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟଜିତ ହୋଇଥିଲା ।
#WATCH | Patna | Bihar Cabinet expansion | BJP MLA Vijay Kumar Mandal takes oath as minister pic.twitter.com/EK8Ph76YCk
— ANI (@ANI) February 26, 2025