Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାକୁମ୍ଭରୁ ଫେରୁଥିବା ୭ ଶ୍ରଦ୍ଧାଳୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

National

ମହାକୁମ୍ଭରୁ ଫେରୁଥିବା ୭ ଶ୍ରଦ୍ଧାଳୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ମହାକୁମ୍ଭରୁ ଫେରୁଥିବା ୭ ଶ୍ରଦ୍ଧାଳୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ମହାକୁମ୍ଭରେ ଯୋଗ ଦେଇ ପ୍ରୟାଗରାଜରୁ ଫେରୁଥିବା ଆନ୍ଧ୍ରପ୍ରଦେଶର ୭ ଜଣ ଶ୍ରଦ୍ଧାଳୁଙ୍କର ମଙ୍ଗଳବାର ସକାଳେ ମଧ୍ୟପ୍ରଦେଶର ଜବଲପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏକ ଟେମ୍ପୋ ଟ୍ରାଭେଲର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାଫଳରେ ଏହା ଘଟିଥିଲା। ଅନ୍ୟ ଦୁଇ ଜଣ ଆହତ ହୋଇ ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଜବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, ସିହୋରାର ମୋହଲା ବ୍ରିଜ୍‌ରୁ ଭୁଲ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଟେମ୍ପୋ ଟ୍ରାଭେଲର ଓ ଏସ୍‌ୟୁଭିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜିଲ୍ଲାପାଳ ଦୀପକ ସକ୍ସେନା, ଏସ୍‌ପି ସମ୍ପତ୍ ଉପାଧ୍ୟାୟ, ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ଅଧିକାରୀମାନେ ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7 devotees returning from Mahakumbh die in road accident | Argus News