Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

National

ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ନେପାଳରେ ୭ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ।  ଭୂସ୍ଖଳନ ଯୋଗୁଁ ନଦୀରେ ଦୁଇଟି ବସ୍‌ ଖସି ପଡ଼ିବାରୁ ଏଥିରେ ଥିବା ୭ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଭୁସ୍ଖଳନ ଯୋଗୁଁ ଦୁଇଟି ବସ୍ ତ୍ରୀସୁଳି ନଦୀରେ ଭାସିଯାଇଛି । ବସରେ ୬୩ ଜଣ ଯାତ୍ରୀ ଥିଲେ । ଏବେ ସୁଦ୍ଧା ସେମାନଙ୍କର ପତ୍ତା ମିଳୁନି । ଚିତ୍ରୱାନ୍ ଜିଲ୍ଲାର ନାରାୟଣଘାଟ-ମଗଲିଂ ଅନ୍ତର୍ଗତ ସିମାଲ୍‌ଟଲ୍‌ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା । 

ଗତ କିଛି ଦିନ ହେବ ନେପାଳରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା ​​। ଯେଉଁ କାରଣରୁ ହିମାଳୟ କ୍ଷେତ୍ରରେ ବିଭିନ୍ନ ରାସ୍ତା ଓ ରାଜପଥ ବନ୍ଦ ରହିଥିଲା । ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବା ବେଳେ ଭୂସ୍ଖଳନରୁ ଆବର୍ଜନା ଯୋଗୁ ନାରାୟଣଘାଟ-ମଗଲିଙ୍ଗ ସଡକ ବିଭାଗରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
7 Indian tourists died in Nepal | Argus News