Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Jammu Kashmir Blast / ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ

Key Points

ଫରିଦାବାଦରୁ ଜବତ ବିସ୍ଫୋରକ ସେହି ଥାନାରେ ହିଁ ରଖାଯାଇଥିଲା । ବିସ୍ଫୋରଣରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା ।

ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନରେ ଭୀଷଣ ବ୍ଲାଷ୍ଟ । ୭ ଜଣଙ୍କ ମୃତ୍ୟୁ, ୩୦ ଆହତ । ୩୦୦ ଫୁଟ ଦୂରରେ ପଡ଼ିଲା ମୃତକଙ୍କ ଶରୀରର ଅଂଶ । ପୋଲିସ ଏବଂ ଫରେନସିକ ଟିମର ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଫରିଦାବାଦରୁ ଜବତ କରାଯାଇ ପୋଲିସ ଷ୍ଟେସନ ଭିତରେ ରଖାଯାଇଥିବା ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ ବିସ୍ଫୋଟକ ସାମଗ୍ରୀ ବିସ୍ଫୋଟ ହୋଇଥିବା କୁହାଯାଇଛି ।

ଯେତେବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ସିଲ୍ କରାଯାଉଥିଲା ସେତେବେଳେ ହଠାତ୍ ଏହି ବଡ଼ ଧରଣର ବିସ୍ଫୋଟ ହୋଇଥିବା ସୂଚନା ମିଳୁଛି । ଏଥିରେ ଅନେକ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।

ଅନ୍ୟପଟେ ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା ନୌଗାମ ପୋଲିସ । ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ । ଫରିଦାବାଦରୁ ଜବତ ବିସ୍ଫୋରକ ସେହି ଥାନାରେ ହିଁ ରଖାଯାଇଥିଲା । ବିସ୍ଫୋରଣରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) November 15, 2025
Sponsored
Jammu Kashmir Blast | 7 Killed, 30 Injured After Explosives Go Off At J&K Police Station | Argus News