ନିର୍ବାଣ ମହୋତ୍ସବରେ ବଡ଼ ଅଘଟଣ; ଭୁଶୁଡ଼ିଲା ୬୫ ଫୁଟ୍ ଉଚ୍ଚର ମଞ୍ଚ, ଚାପି ହୋଇଗଲେ ଶତାଧିକ ଶ୍ରଦ୍ଧାଳୁ

Key Points
ମଞ୍ଚ ଭୁଶୁଡ଼ି ଚାଲିଗଲା ୭ ଜୀବନ
ନିର୍ବାଣ ମହୋତ୍ସବରେ ବଡ଼ ଅଘଟଣ
ଅର୍ଗସ ବ୍ୟୁରୋ: ଧାର୍ମିକ କାର୍ଯ୍ୟକ୍ରମରେ ବଡ଼ ଧରଣର ଅଘଟଣ । ମଞ୍ଚ ଭୁଶୁଡ଼ିବାରୁ ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ । ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଏହି ଅଘଟଣ ଘଟିଛି । ବଡ଼ୌତରେ ଭଗବାନ ଆତିନାଥଙ୍କ ନିର୍ବାଣ ଲଡୁ ପର୍ବ ଲାଗି ୬୫ ଫୁଟ୍ ଉଚ୍ଚର କାଠ ମଞ୍ଚ ତିଆରି ହୋଇଥିଲା । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ରେ ଭୁଶୁଡ଼ି ପଡ଼ିଛି ।
ମଞ୍ଚ ଭୁଶୁଡ଼ିବାରୁ ଶତାଧିକ ଶ୍ରଦ୍ଧାଳୁ ତଳେ ଚାପି ହୋଇ ଯାଇଥିଲେ । ୬୫ ଫୁଟ୍ ଉଚ୍ଚରୁ ପଡ଼ିବା ଫଳରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ଯାଇଥିଲେ ଏବଂ ଦଳାଚକଟାରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୭୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
📱 Get Argus News App
✨ମଞ୍ଚ ଭୁଶୁଡ଼ିବା ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ମେଡିକାଲ ପଠାଇ ଥିଲେ । ତେବେ ମଞ୍ଚ ଭୁଶୁଡ଼ିବାର କାରଣ ସୁରକ୍ଷାରେ ଆୟୋଜକଙ୍କ ତ୍ରୁଟି ବୋଲି କୁହା ଯାଉଛି । ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉଚିତ୍ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଣ ମହୋତ୍ୱ ଲାଗି ଗାନ୍ଧୀ ରୋଡ୍ ସ୍ଥିତ ଶ୍ରୀ ଦିଙ୍ଗବର ଜୈନ ଡିଗ୍ରୀ କଲେଜ ପଡ଼ିଆରେ ୬୫ ଫୁଟ୍ ଉଚ୍ଚର ଅସ୍ଥାୟୀ ମଞ୍ଚ ବନ୍ଧା ଯାଇଥିଲା । ମଙ୍ଗଳବାର ସକାଳ ୮ଟାରେ ମହୋତ୍ସବରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମଞ୍ଚକୁ ଏକମାତ୍ର ସିଢ଼ି ରହିଥିବା ବେଳେ ତା ପ୍ରଥମେ ଭାଙ୍ଗିଥିଲା । ଦେଖୁ ଦେଖୁ କେଇ ସେକେଣ୍ଡରେ ଭୁଶୁଡ଼ି ପଡ଼ିଥିଲା ପୂରା ମଞ୍ଚଟି ।