Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଫେରୁଥିବା ଟ୍ରାଭେଲରକୁ ଚାପିଦେଲା ଟ୍ରକ୍

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଫେରୁଥିବା ଟ୍ରାଭେଲରକୁ ଚାପିଦେଲା ଟ୍ରକ୍

Key Points

ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଆସିଛି ବଡ଼ ଦୁର୍ଘଟଣାର ଖବର । ସଙ୍ଗମରେ ସ୍ନାନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ହାନି ଘଟିଛି ।

ମହାକୁମ୍ଭରେ ସଙ୍ଗମରେ ସ୍ନାନ ପାଇଁ ସମସ୍ତେ ଆତୁର । ଏଥିପାଇଁ ଲାଗିଛି ଲମ୍ବା ଲାଇନ୍ । ଷ୍ଟେସନରେ ପାଦ ରଖିବାକୁ ଜାଗା ନଥିବା ବେଳେ ରାଜପଥ ବି ଜାମ୍ । କିଏ ବସ୍‌ରେ ତ ଆଉ କିଏ ନିଜେ କାର ଧରି ବାହାରିଛନ୍ତି ପ୍ରୟାଗରାଜ ଅଭିମୁଖେ । ସମସ୍ତଙ୍କ ଲକ୍ଷ୍ୟ ୧୪୪ ବର୍ଷରେ ଆସିଥିବା ମହାକୁମ୍ଭରେ ବୁଡ଼ ପକାଇବା ।


ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଆସିଛି ବଡ଼ ଦୁର୍ଘଟଣାର ଖବର । ସଙ୍ଗମରେ ସ୍ନାନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ହାନି ଘଟିଛି । ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ସିହୋରାରେ । ଏକ ବ୍ରିଜ୍‌ ଉପରେ ଟ୍ରାଭେଲରକୁ ଚାପି ଦେଇଛି ଏକ ଟ୍ରକ୍ । ଏହି ଦୁର୍ଘଟଣାରେ ମହାକୁମ୍ଭରୁ ଫେରୁଥିବା ୭ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଳିଥିବା ସୂଚନା ଅନୁସାରେ, ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଟ୍ରାଭେଲର ସହ ଆଉ ଏକ କାରକୁ ଧକ୍କା ଦେଇଛି । ଦୁର୍ଘଟଣାର ଚିତ୍ର ଦେଖିଲେ ଏହା କେତେ ଯେ ଭୟଙ୍କର ଥିଲା ବୁଝି ହେଉଛି । ଟ୍ରାଭେଲରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାରଟି କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆ ଯାଇଛି ।


ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ଜାତୀୟ ରାଜପଥ-୩୦ର ମୋହଲା ବରଗି ନିକଟ ବ୍ରିଜ୍‌ରେ ଘଟିଛି । ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର । ସଙ୍ଗମରେ ସ୍ନାନ ପରେ ସମସ୍ତେ ଆନ୍ଧ୍ରପ୍ରଦେଶ ଟ୍ରାଭେଲର ଯୋଗେ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।

Sponsored
7 Maha Kumbh Devotees Killed In Mini Bus And Truck Collision | Argus News