Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ମଲେ ୭ ମାଓବାଦୀ, ୨୦୨୬ ବେଳକୁ ପୁରା ସଫା ହେଇଥିବେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପୁଣି ମଲେ ୭ ମାଓବାଦୀ, ୨୦୨୬ ବେଳକୁ ପୁରା ସଫା ହେଇଥିବେ

Key Points

ଶେଷ ନିଶ୍ବାସ ନେଉଛି ମାଓବାଦ

୩ ଦିନରେ ମଲେଣି ୭ ମାଓବାଦ

ଡିଆରଜି, ଏସଟିଏଫ ଓ କୋବ୍ରା ଯବାନ କରୁଥିଲେ ମିଳିତ ଅପରେସନ

 ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ପୁଣି ଏନକାଉଣ୍ଟର । ଗୁଳିବିନିମୟରେ ନିପାତ ହେଲେ ୭ ମାଓବାଦୀ। ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ସମ୍ଭାବନା। ଡ଼ିଆରଜି, ଏସଟିଏଫ ଓ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି


ଗତକାଲି ନିପାତ ହୋଇଥିଲା ଦୁର୍ଦ୍ଦାନ୍ତ ମାଓବାଦୀ ଭାସ୍କର ରାଓ । ଯାହାଙ୍କ ମୁଣ୍ଡ ବଦଳରେ ଥିଲା ୪୫ ଲକ୍ଷ ଟଙ୍କାର ଜରିମାନା। ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪, ୫ ଓ ୬ ତାରିଖ ୩ ଦିନ ଧରି ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେନ୍ଦ୍ର ସରକାରଙ୍କ ଋଣନୀତି ପାଇଁ ଶେଷ ନିଶ୍ବାସ ନେଉଛି ମାଓବାଦ। ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ୩୧ ମାର୍ଚ୍ଚ ୨୦୨୬ ପରଠାରୁ ଦେଶରେ ନକ୍ସଲବାଦ ଇତିହାସ ପାଲଟିଯିବ।

Sponsored
7 Maoists died in 3 days | Argus News