Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଉଡ଼ି ଯାତ୍ରା ପରେ ଗଦା ହୋଇଛି ବର୍ଜ୍ୟବସ୍ତୁ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
କାଉଡ଼ି ଯାତ୍ରା ପରେ ଗଦା ହୋଇଛି ବର୍ଜ୍ୟବସ୍ତୁ

Key Points

ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି।

ଏହି ଯାତ୍ରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡ଼ିତ।

ଏଥର ୭୦୦୦ ମେଟ୍ରିକ୍‌ ଟନ୍‌ ଅଳିଆ । କାଉଡ଼ି ଯାତ୍ରା ସରୁ ସରୁ ଜଣାପଡ଼ିଲା ଏଥର କାଉଡ଼ିଆଙ୍କ ବର୍ଯ୍ୟବସ୍ତୁ ୭୦୦୦ ମେଟ୍ରିକ୍‌ ଟନ । ବୁଧବାର ଶେଷ ହୋଇଥିବା କାଉଡ଼ି ଯାତ୍ରା ପରେ ହରିଦ୍ବାରରେ ଏହି ବର୍ଜ୍ୟବସ୍ତୁ ପଡ଼ିଥିବା ଦେଖିବାକୁ ମିଳିଛି। ହରିଦ୍ୱାରର ହର୍‌-କି-ପୌଡ଼ି ଓ ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ମହତ୍ତ୍ବ ଋଗ୍‌ ବେଦରେ ଉଲ୍ଲେଖ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିଧିବିଧାନ ସହକାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପ କରିଥିଲେ। ଆହୁରି ବିଶ୍ବାସ ରହିଛି ଯେ, ଏହି ମାସରେ ମାତା ପାର୍ବତୀ ଓ ଭଗବାନ ଶିବ ଭୂଲୋକରେ ଭ୍ରମଣ କରନ୍ତି। ତେଣୁ ଏହି ପବିତ୍ର ମାସରେ ମହାଦେବଙ୍କ ଆଶୀର୍ବାଦ ପାଇଁ କାଉଡ଼ି ଯାତ୍ରାର ପରମ୍ପରା ରହିଆସିଛି। ଏହି ଯାତ୍ରା ଗଙ୍ଗାର ପବିତ୍ର ଜଳ ଏବଂ ଭଗବାନ ଶିବଙ୍କ ସହିତ ଜଡ଼ିତ।

ତେବେ ପ୍ରତି ଥର ଭଳି ଏଥର ମଧ୍ୟ ହରିଦ୍ୱାରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଥିଲା । ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୪.୫ କୋଟି ତୀର୍ଥଯାତ୍ରୀ ଏଥର ସହରକୁ ଆସିଥିଲେ । ଯାହା କି ଗତବର୍ଷ ୪.୨ କୋଟି ଥିଲା। ହରିଦ୍ୱାର ନଗର ନିଗମ ମ୍ୟୁନିସିପାଲିଟି କମିସନର ନନ୍ଦନ କୁମାର କହିଛନ୍ତି ଯେ ପ୍ରାୟ ୧୦୦୦ ସଫେଇ କର୍ମଚାରୀ ମୁତୟନ ହେବା ଓ ଡ୍ରୋନ୍ ସର୍ଭେଲାନ୍ସ ସତ୍ତ୍ୱେ ଗତବର୍ଷ ତୁଳନାରେ ଆବର୍ଜନା ସାମାନ୍ୟ ଅଧିକ ଥିଲା।

ସ୍ଥାନୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ସ୍ୱଚ୍ଛତା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଅଧିକାଂଶ ବାସିନ୍ଦା ସନ୍ଦେହରେ ଅଛନ୍ତି। କିଛି ଲୋକ ଗଙ୍ଗାଘାଟ, ନଦୀକୂଳ, ପାର୍କିଂ ସ୍ଥଳ, କାଉଡ଼ି ମାର୍ଗ ଓ ରାଜପଥ କଡ଼ରେ ଅଳିଆ ଗଦା ଥିବା ଦର୍ଶାଇଥିଲେ। ପୂର୍ବତନ ମ୍ୟୁନିସିପାଲିଟି କାଉନସିଲର ଦିନେଶ ଯୋଶୀ କହିଛନ୍ତି, ପ୍ଲାଷ୍ଟିକ୍ ସିଟ୍, ପଲିଥିନ ବ୍ୟାଗ୍, ପ୍ଲେଟ୍ ଓ କପ୍, ଏପରିକି କାଉଡ଼ିଆଙ୍କ ଦ୍ୱାରା ଫିଙ୍ଗି ଦିଆଯାଇଥିବା ପୋଷାକ ସବୁଆଡ଼େ ଏଣେତେଣେ ପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7,000 metric tons of waste were left behind during the two-week-long kanwar yatra | Argus News