Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁଦ୍ଧ ତ୍ରସ୍ତ ସିରିଆରୁ ୭୫ ଜଣ ଭାରତୀୟ ଉଦ୍ଧାର

National

ଯୁଦ୍ଧ ତ୍ରସ୍ତ ସିରିଆରୁ ୭୫ ଜଣ ଭାରତୀୟ ଉଦ୍ଧାର

Smruti Parija
Browse all articles by Smruti Parija
·1 year ago·1 min read
ଯୁଦ୍ଧ ତ୍ରସ୍ତ ସିରିଆରୁ ୭୫ ଜଣ ଭାରତୀୟ ଉଦ୍ଧାର

ଅର୍ଗସ ବ୍ୟୁରୋ: ଯୁଦ୍ଧ ତ୍ରସ୍ତ ସିରିଆରୁ ୭୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସିରିଆରେ ବାସର ଅଲ ଆସଦ ସରକାର କ୍ଷମତାଚ୍ୟତ ହେବା ପରେ ସେଠାରେ ଥିବା ଭାରତୀୟ ମାନେ ଆତଙ୍କିତ ଓ ଭୟଭୀତ ହୋଇପଡିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଅପିଲ କରୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ସିରିଆରୁ ୭୫ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଲେବାନନ ନିଆଯାଇଛି । 

ସେଠାରୁ ଖୁବଶୀଘ୍ର ସେମାନେ ଭାରତ ଯିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସିରିଆରେ ଫସି ରହିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ହୋଇଛି ହେଲପଲାଇନ ନମ୍ବର । ତିନି ଦିନ ତଳେ ସିରିଆରେ ହାୟତ ତାହରିର ଅଲ ସାମ୍‌ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମସକସକୁ ଅକ୍ତିଆର କରିଥିଲେ  ଏଥିସହ ବାସର ଅଲ ଆସଦର ୨୪ବର୍ଷର ଶାସନ୍ତର ଅନ୍ତ ହୋଇଛି । କ୍ଷମତାଚ୍ୟୁତ ହେବା ପରେ ସେ ରୁଷିଆରେ ରାଜନୈତିକ ଶରଣ ନେଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
75 Indians rescued from Syria | Argus News