ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୮ ଗିରଫ

Key Points
ମହଙ୍ଗା ପଡିଲା ISI ଲିଙ୍କ୍
ISI ଲିଙ୍କରେ ୮ ଗିରଫ
ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୮ ଗିରଫ
ISI ହ୍ୟାଣ୍ଡଲରଙ୍କ ଲିଙ୍କରେ ଥିବା ପଂଜାବର ଦୁଇଜଣଙ୍କୁ ବାନ୍ଧିଲା ପୋଲିସ। ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀରରେ ସେନାର ଗତିବିଧି ନେଇ ଦେଉଥିଲେ ସୂଚନା। ପୂର୍ବରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୮ ଜଣ ।
ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି । କେବଳ ହରିୟାଣାର ଜ୍ୟୋତି ନୁହନ୍ତି, ଭାରତର ବିଭିନ୍ନ ସ୍ଥାନରୁ ୮ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବ୍ଲଗର, ଛାତ୍ର, ବ୍ୟବସାୟୀ, ସୁରକ୍ଷାକର୍ମୀ ବି ରହିଛନ୍ତି । ହରିୟାଣାର ୪ ଜଣ, ପଞ୍ଜାବର ୩ ଜଣ ଓ ଉତ୍ତର ପ୍ରଦେଶର ଜଣଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ପକ୍ଷରୁ ବିଶେଷ କରି ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି ।
ଅର୍ଥ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଭାରତ ସଂପର୍କିତ ତଥ୍ୟ ଆଦାୟ କରାଯାଉଛି । ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କ ପରେ ପଞ୍ଜାବର ଦେବେନ୍ଦ୍ରର ସିଂକୁ ପୋଲିସ ଗିରଫ କରିଛି । ଦେବେନ୍ଦ୍ରର ପଟିଆଲା କଲେଜର ଜଣେ ଛାତ୍ର । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବନ୍ଧୁକର ଫଟୋ ଅପଲୋଡ୍ କରିଥିଲା । ସେ ବି ଗତ ନଭେମ୍ବରରେ ପାକିସ୍ତାନ ଗସ୍ତ କରିଥିଲା । ସେଠାରେ ISI ଏଜେଣ୍ଡଙ୍କ ସହ ମିଶି ପିଟିଆଲା ମିଲିଟାରି କ୍ୟାମ୍ପର କିଛି ତଥ୍ୟ ସେୟାର କରିଥିଲା ।
ସେପଟେ ଉତ୍ତର ପ୍ରଦେଶର ଜଣେ ବ୍ୟବସାୟୀ ସେହଜାଦକୁ STF ମୁରାଦାବାଦରୁ ଗିରଫ କରିଛି । STF ପକ୍ଷରୁ କୁହାଯାଇଛି କି, ସେହଜାଦ ଭାରତର ସୁରକ୍ଷା ସଂପର୍କିତ ତଥ୍ୟ ସେ ପାକିସ୍ତାନକୁ ପଠାଉଥିଲା । ସେ ବହୁବାର ପାକିସ୍ତାନ ଯାଇଛି । ତା ନାଁରେ କସମେଟିକ୍ସ, କପଡ଼ା ଓ ମସଲା ଆଦିରେ ସ୍ମଗଲିଂ କରୁଥିବାର ଅଭିଯୋଗ ରହିଛି । ସେହିପରି ହରିୟାଣାର ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ନଉମାନ ଇଲାହିକୁ ପୋଲିସ ପାନିପଥରୁ ଗିରଫ କରିଛି । ସେ ବି ISI ଏଜେଣ୍ଡଙ୍କ ସଂପର୍କରେ ଥିଲା । ତାର ଜଣେ ସଂପର୍କୀୟ ଭାଇର ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସୁଥିବା ସୂଚନା ମିଳିଛି । ସେ ଇସଲମାବାଦକୁ ଭାରତର କିଛି ତଥ୍ୟ ପଠାଉଥିବା ପୋଲିସ କହିଛି ।
ସେହିପରି ହରିୟାଣାର ଅରମାନ ନାମକ ୨୩ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ୨ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଥିବା ବେଳେ, ଭାରତର ସମ୍ବେଦନଶୀଳ ତଥ୍ୟ ସେ ପାକିସାନକୁ ପଠାଉଥିଲେ । ସେହିପରି ମହମ୍ମଦ ମୁରତାଜା ଅଲ୍ଲୀ ଯିଏ କି ଜଲନ୍ଧରରୁ ଗିରଫ ହୋଇଛି । ସେ ବି ପାକିସ୍ତାନର ISIକୁ ତଥ୍ୟ ପଠାଉଥିବା ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁଯାୟୀ, ସେ ନିଜେ ତିଆରି କରିଥିବା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ଏହା କରିଥିଲା । ତା ନିକଟରୁ ଚାରୋଟି ମୋବାଇଲ୍ ଫୋନ୍ ଏବଂ ତିନୋଟି ସିମ୍ କାର୍ଡ ଜବତ ହୋଇଛି । ସେହିପରି ପଞ୍ଜାବର ଗଜାଲା ଓ ୟାମିନ ମହମ୍ମଦ ନାମକ ୨ ଜଣ ବ୍ୟକ୍ତିଙ୍କୁ ବି ସମାନ ଅଭିଯୋଗରେ ଗିରଫ କରାଯାଇଛି ।