Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ୮ ଗୁରୁତ୍ବପୂର୍ଣ୍ଣ ଚୁକ୍ତି

National

ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ୮ ଗୁରୁତ୍ବପୂର୍ଣ୍ଣ ଚୁକ୍ତି

Ritu Das
Browse all articles by Ritu Das
·1 year ago·2 min read
ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ୮ ଗୁରୁତ୍ବପୂର୍ଣ୍ଣ ଚୁକ୍ତି

ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ମରିସସ ଗସ୍ତକୁ ଐତିହାସିକ ଓ ଅଦ୍ବିତୀୟ କହି ଉଚ୍ଚ ପ୍ରଶଂସା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ନୂଆ ସୋପାନରେ ପହଞ୍ଚିଛି ଭାରତ ଓ ଦ୍ବୀପରାଷ୍ଟ୍ର ମରିସସ ସମ୍ପର୍କ । ଦୁଇ ଦେଶ ମଧ୍ୟରେ ମଜବୁତ ସାଂସ୍କୃତିକ ସମ୍ପର୍କର ସାକ୍ଷୀ ଭାବରେ ମରିସସରୁ ସାଥିରେ ହୋଲି ରଙ୍ଗ ଆଣିଛନ୍ତି ପିଏମ ମୋଦି । ମରିସସର ଗଙ୍ଗା ପୋଖରୀରେ ପବିତ୍ର ମହାକୁମ୍ଭର ଜଳ ମିଶାଇ ଦୁଇ ଦେଶର ପରମ୍ପରା ଓ ସଂସ୍କୃତିକୁ ସମ୍ପର୍କର ମଧୁର ଡୋରରେ ବାନ୍ଧିଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ସମୟରେ ମରିସସବାସୀଙ୍କ ଉତ୍ସାହ ଓ ଉତ୍ସବ ପାଳନ ଭାରତୀୟଙ୍କୁ ଗର୍ବିତ କରିଥିଲା । ୨୭ ବର୍ଷ ପୂର୍ବେ ୧୯୯୮ରେ ପ୍ରଥମଥର ପାଇଁ ମରିସସ୍ ଗସ୍ତ କରି ମରିସସର ମୋକାରେ ଆୟୋଜିତ ରାମାୟଣ ସମ୍ମିଳନୀରେ ଯୋଗ ଦେଇଥିଲେ ମୋଦି। ପୁରୁଣା ଦିନକୁ ମନେ ପକାଇବା ସହ ପ୍ରଭୁ ଶ୍ରୀରାମଙ୍କ ପ୍ରତି ମରିସସବାସୀଙ୍କ ଶ୍ରଦ୍ଧା ଓ ଭକ୍ତିକୁ ସ୍ମରଣ କରିଥିଲେ ପିଏମ ।


ମରିସସର ଭବ୍ୟ ଅତିଥି ସତ୍କାର ଓ ରାଷ୍ଟ୍ରର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ପାଇଁ ଗସ୍ତରୁ ଫେରିବା ପରେ ପିଏମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଏହି ସମ୍ମାନକୁ ନିଜ ପୂର୍ବଜଙ୍କୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ଦ୍ବିତୀୟ ଦିନରେ ମରିସସର ୫୭ତମ ରାଷ୍ଟ୍ରୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମରିସସକୁ ବଡ଼ ଉପହାର ଘୋଷଣା କରିଥିଲେ ମୋଦି । ମରିସସ୍‌କୁ ନୂତନ ସଂସଦ ଭବନ ନିର୍ମାଣରେ ସହଯୋଗ ପ୍ରତିଶ୍ରୁତ ସହ ରାଜଧାନୀ ପୋର୍ଟ ଲୁଇସରେ ପୂର୍ବତନ ପିଏମ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଶିକ୍ଷା, ଗବେଷଣା କେନ୍ଦ୍ରର ଉଦଘାଟନ କରିଥିଲେ ମୋଦି । ଗ୍ଲୋବାଲ ସାଉଥ, ଭାରତ ମହାସାଗର କ୍ଷେତ୍ରରେ ମରିସସ୍ ସବୁବେଳେ ରହି ଆସିଛି ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦଶ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସାଗର ଅଭିଯାନ ଏବେ ମହାସାଗର ଅଭିଯାନରେ ପରିଣତ ହୋଇଥିବା କହିଥିଲେ ମୋଦି । ମରିସସ ପିଏଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ସହ ସ୍ବାକ୍ଷରିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ 8 ଚୁକ୍ତି ଉଭୟ ଦେଶର ସୁରକ୍ଷା ଓ ବିକାଶକୁ ନିଶ୍ଚିତ କରିଛି । ଭାରତ-ମରିସସ୍ ସମ୍ପର୍କକୁ ଉନ୍ନତ ରଣନୈତିକ ସହଭାଗିତାର ମାନ୍ୟତା ଦେଇଥିଲେ ପ୍ରଧାନମନ୍ତ୍ରୀ। ଗସ୍ତର ପ୍ରଥମ ଦିନରେ ମରିସସରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସମୟରେ ପିଏମ ମୋଦି ଭାରତ-ମରିସସ ମଧ୍ୟରେ ଥିବା ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ମନେପକାଇଥିଲେ । ପୋର୍ଟ ଲୁଇସରେ ମରିସସ ରାଷ୍ଟ୍ରପତି ଧରମ ଗୋଖୁଲଙ୍କ ସହ ସାକ୍ଷାତ ସମୟରେ ମହାକୁମ୍ଭର ପବିତ୍ର ଗଙ୍ଗା ଜଳ ପ୍ରଦାନ ସହ ମରିସସ ଫାଷ୍ଟଲେଡିଙ୍କୁ ପିଏମ ମୋଦି ଉପହାର ଦେଇଥିଲେ ବନାରସୀ ପାଟ୍ଟ ଶାଢୀ ।

Sponsored
8-crucial-agreements-signed-between-the-two-countries | Argus News