Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତେଲେଙ୍ଗାନାର ସୁଡଙ୍ଗରେ ଏବେ ବି ଫସିଛି ୮ ଜୀବନ: ଉଦ୍ଧାରରେ ରାଟ୍‌ହୋଲ୍‌ ମାଇନର୍‌ ସାମିଲ

Ritu Das
Browse all articles by Ritu Das
·1 year ago·1 min read
ତେଲେଙ୍ଗାନାର ସୁଡଙ୍ଗରେ ଏବେ ବି ଫସିଛି ୮ ଜୀବନ: ଉଦ୍ଧାରରେ ରାଟ୍‌ହୋଲ୍‌ ମାଇନର୍‌ ସାମିଲ

ତେଲେଙ୍ଗାନାର ଶ୍ରୀଶୈଳମ୍ ଲେଫ୍ଟ ବ୍ୟାଙ୍କ କେନାଲ (ଏସ୍ଏଲ୍‌ବିସି) ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ସେଥିରେ ଦୁଇଦିନ ହେଲା ୮ ଜଣ ଶ୍ରମିକ ଫସି ରହିଛନ୍ତି। ସେନା କର୍ମଚାରୀ, ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ଅନ୍ୟ ଏଜେନ୍ସିର ପ୍ରୟାସ ସତ୍ତ୍ବେ ସେମାନଙ୍କୁ ଏ ଯାବତ୍ ଉଦ୍ଧାର କରାଯାଇପାରି ନାହିଁ। ୨୦୨୩ରେ ଉତ୍ତରାଖଣ୍ଡର ସିଲ୍କିୟାରା ବେଣ୍ଡ-ବାରକୋଟ ଟନେଲରେ ଫସି ରହିଥିବା ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମୂଷା-ଖଣି କର୍ମଚାରୀ ବା ରାଟ୍‌ହୋଲ୍‌ ମାଇନରଙ୍କ ଏକ ଟିମ୍ ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ତେଲେଙ୍ଗାନା ମନ୍ତ୍ରୀ ଜୁପଲ୍ଲୀ କ୍ରିଷ୍ଣା ରାଓ କହିଛନ୍ତି। ମନ୍ତ୍ରୀ ରାଓ କହିଛନ୍ତି, ସତ କହିବାକୁ ଗଲେ ସେମାନଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍।


କାରଣ, ମୁଁ ନିଜେ ଶେଷ ପର୍ଯ୍ୟନ୍ତ ଯାଇଥିଲି, ଯେଉଁଠୁ ଦୁର୍ଘଟଣାସ୍ଥଳ ଆଉ ପ୍ରାୟ ୫୦ ମିଟର ଦୂରରେ ଥିଲା। ଯେତେବେଳେ ଆମେ ଫଟୋ ଉଠାଇଥିଲୁ, ଟନେଲର ଶେଷ ଭାଗ ବି ଦୃଶ୍ୟମାନ ହେଉଥିଲା। ସୁଡ଼ଙ୍ଗର ୯ ମିଟର ବ୍ୟାସର ପ୍ରାୟ ୩୦ ଫୁଟ୍‌ ମଧ୍ୟରୁ ୨୫ ଫୁଟ୍‌ ପର୍ଯ୍ୟନ୍ତ କାଦୁଅ ଭର୍ତ୍ତି ହୋଇଛି। ଯେତେବେଳେ ଆମେ ସେମାନଙ୍କ ନାମ ଧରି ଚିତ୍କାର କରି ଡାକିଲୁ, କୌଣସି ପ୍ରତିକ୍ରିୟା ମିଳିଲା ନାହିଁ। ତେଣୁ ଆଦୌ ସୁଯୋଗ ନାହିଁ ବୋଲି ସେ କହିଛନ୍ତି। ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ଫସି ରହିଥିବା ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶର ମନୋଜ କୁମାର ଓ ଶ୍ରୀନିବାସ, ଜମ୍ମୁ-କଶ୍ମୀରର ସନ୍ନି ସିଂହ, ପଞ୍ଜାବର ଗୁରପ୍ରୀତ ସିଂହ ଓ ଝାଡ଼ଖଣ୍ଡର ସନ୍ଦୀପ ସାହୁ, ଜେଗଟା ସେସ, ସନ୍ତୋଷ ସାହୁ ଓ ଅନୁଜ ସାହୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8 lives still trapped in Telangana tunnel: Rathole miner involved in rescue | Argus News