ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ମାଓବାଦୀ
·1 year ago

ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ମାଓବାଦୀ। ଗୋଟିଏ ଏସଏଲଆର୍, ୨ ଇନସାସ୍ ରାଇଫଲ୍ ସହ ଗୋଟିଏ ପିଷ୍ଟଲ ଜବତ। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଜାରି ।
ମାଓବାଦୀଙ୍କ ଉପରେ ଆଉ ଏକ ପ୍ରହାର । ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ । ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି ।
ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ଜବତ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ୨୦୯ କୋବ୍ରା ଯବାନ ଓ ଝାଡଖଣ୍ଡ ପୁଲିସ ପକ୍ଷରୁ ଏହି ଅପରେସନ କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: