Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୮ବର୍ଷର ବାଳକ, ନିଜର ସବୁକିଛି ଦେଇ ଦେଲେ ଯବାନଙ୍କୁ

Sudeshna Mishra
Browse all articles by Sudeshna Mishra
·1 year ago·2 min read
୮ବର୍ଷର ବାଳକ, ନିଜର ସବୁକିଛି ଦେଇ ଦେଲେ ଯବାନଙ୍କୁ

Key Points

ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ୮ବର୍ଷୀୟ ପିଲାକୁ ଆପଣ ଖେଳଣା ସହ ଖେଳୁଥିବାର ଦେଖିଥିବେ ହେଲେ, ଏହି ବୟସରେ ଖେଳଣାର ଇଚ୍ଛା କିମ୍ବା କୌଣସି ସ୍ବପ୍ନ ପୂରଣର ଆଶା ନକରି ଛୋଟ ପିଲାଟି ନିଜ ସଂଚିତ ଅର୍ଥକୁ ଭାରତୀୟ ସେନା ପାଇଁ ଦାନ କରିଛନ୍ତି, କୁନି ପିଲାର କହିବା କଥା କି, ସେନା ଆମକୁ ଓ ଆମ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ସେଥିପାଇଁ ତାଙ୍କୁ ଏହି ଦାନ ଦେଉଛନ୍ତି ତାମିଲନାଡ଼ୁର ଧନବିଶ

ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ୮ବର୍ଷୀୟ ପିଲାକୁ ଆପଣ ଖେଳଣା ସହ ଖେଳୁଥିବାର ଦେଖିଥିବେ ହେଲେ, ଏହି ବୟସରେ ଖେଳଣାର ଇଚ୍ଛା କିମ୍ବା କୌଣସି ସ୍ବପ୍ନ ପୂରଣର ଆଶା ନକରି ଛୋଟ ପିଲାଟି ନିଜ ସଂଚିତ ଅର୍ଥକୁ ଭାରତୀୟ ସେନା ପାଇଁ ଦାନ କରିଛନ୍ତି, କୁନି ପିଲାର କହିବା କଥା କି, ସେନା ଆମକୁ ଓ ଆମ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ସେଥିପାଇଁ ତାଙ୍କୁ ଏହି ଦାନ ଦେଉଛନ୍ତି ତାମିଲନାଡ଼ୁର ଧନବିଶ।


ପହଲଗାମରେ ଆତଙ୍କୀ ଆକ୍ରମଣର ଜବାବରେ ଭାରତ ପକ୍ଷରୁ ଅପରେଶନ ସିନ୍ଦୁର କରାଗଲା। ଆତଙ୍କକୁ ବିଶ୍ବ ସମୁଦାୟ ବି ନିନ୍ଦା କରୁଛି । ଏହି ସମୟରେ ଭାରତର ଅଖଣ୍ଡତା ଓ ଏକତାର ଅନେକ ଉଦାହରଣ ମଧ୍ୟ ଦେଶର କୋଣ-ଅନୁକୋଣରୁ ଦେଖିବାକୁ ମିଳୁଛି। ଦେଶପ୍ରେମ ଓ ସେବାରେ ଏବେ ପିଲାଙ୍କଠୁ ବୟସ୍କ ସମସ୍ତେ ଲାଗିପଡ଼ିଛନ୍ତି । ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ। ଏଭଳି ଏକ କାହାଣୀ ସାମନାକୁ ଆସିଛି ତାମିଲନାଡ଼ୁର କରୁର ଜିଲ୍ଲାରୁ । ଯେଉଁଠି ଜଣେ ୮ବର୍ଷର ପିଲା ନିଜର ବର୍ଷଯାକର ଜମା ସେନାକୁ ସର୍ମପିତ କରିଛନ୍ତି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ସାଇ ଧନଓ୍ବେଶ କଲେକ୍ଟର ଅଫିସରେ ଦାନ କରିଛନ୍ତି। ପିଲାଟିର ସଂକଳ୍ପ ଓ ଚିନ୍ତାଧାରା ଅନ୍ୟ ମାନଙ୍କ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛି।


ଧନବିଶ ନିଜ ଜନ୍ମଦିନ , ପର୍ବ-ପର୍ବାଣୀ ଓ ପାରିବାରିକ କାଯ୍ୟକ୍ରମ ବେଳେ ପରିବାର ଲୋକ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ମିଳୁଥିବା ପଇସାକୁ ନିଜ ପିଗି ବ୍ୟାଙ୍କରେ ରଖନ୍ତି । ଗତ ୧୦ମାସ ହେବ ପରିବାର ଲୋକେ ଓ ସମ୍ପକୀୟ ତାଙ୍କୁ ଯେଉଁ ଅର୍ଥ ପ୍ରଦାନ କରିଥିଲେ ତାହାକୁ ସେ ଏକ ଡବାରେ ସଂଚୟ କରି ରଖିଥିଲେ। ସେନାବାହିନୀକୁ ସେ ଅର୍ଥ ପଠାଇବାକୁ ଜିଲ୍ଲାପାଳଙ୍କୁ କହିଥିଲେ । ୮ବର୍ଷ ବୟସ୍କ ପିଲାର ଏପରି ମାନସିକତା ଦେଖି ଜିଲାପାଳ ଭାବବିହ୍ବଳ ହୋଇ ପଡ଼ିଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପିଲାଟିକୁ ଏକାଧିକ ବ୍ୟକ୍ତି ପ୍ରଶଂସା କରିଛନ୍ତି । ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଛୋଟ ପିଲାଟି କେତେ ଟଙ୍କା ଦାନ କଲା ତାହା ବଡ଼ କଥା ନୁହେଁ। ତାର ମାନସିକତାକୁ ସମସ୍ତେ ପ୍ରଶଂସା କରିବା ଉଚିତ। ଅନ୍ୟଜଣେ ବ୍ୟକ୍ତି ଲେଖଛନ୍ତି ସେହି ଛୋଟ ପିଲା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧନବିଶ ଏହା ପୂର୍ବରୁ ବି ସେବା ଭାବର ପରିଚୟ ଦେଇସାରିଛନ୍ତି । ସେ ଓ୍ବାୟନାଡ଼ ଭୁସ୍ଖଳନ ପିଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଜମାରାଶି ଦାନ କରିଛନ୍ତି। ସେ ନିୟମିତ ଭାବେ ଅଭାବି ବୟସ୍କଙ୍କୁ ମନ୍ଦିରରେ କପଡ଼ା ଓ ଖାଦ୍ୟ ବଣ୍ଟନ କରନ୍ତି।


ଅତି ସାଧାରଣ ପରିବାରରୁ ଆସୁଥିବା ଧନବିଶଙ୍କ ବାପା-ମା ସତିଶ କୁମାର ଓ ପବିତ୍ରା ଭେଲିୟାନଇ ସେହି ଅଂଚଳରେ ମାଛ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ତାଙ୍କର ଏକ ୪ବର୍ଷୀୟ ଛୋଟ ଭାଇ ବି ଅଛନ୍ତି। ଆର୍ଥିକ ସ୍ଥିତି କେବେ ବି ଧନବିଶଙ୍କ ସେବା ଭାବରେ ବାଧା ସୃଷ୍ଟି କରିନି। ଧନବିଶଙ୍କ କହିବା କଥା ୨୯ଜୁନରେ ତାଙ୍କ ବର୍ଥ-ଡେ ବେଳେ ଭୋକିଲା ପେଟରେ ଆହାର ଦିଅନ୍ତି, ଧନବିଶ। ଲୋଙ୍କକ କହିବା କଥା, ଦେଶସେବାରେ ନିଜକୁ ସର୍ମପିତ କରିବାର ଏହି ଭାବନା ଏହି କୁନି ବାଳକକୁ ବିଶେଷ ସ୍ଥାନ ଦେଇଛି। କୁନି ଧନବିଶର କାର୍ଯ୍ୟ ଓ ଚିନ୍ତାଧାରା ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଏକ ପ୍ରେରଣା ସାଜିବ।



Sponsored
8-year-old-boy-donates-for-army | Argus News