Operation Sindoor: ପାକିସ୍ତାନ ମାନିଲା ୮୦ ବିମାନରୁ ୪୦୦ ମିସାଇଲ ମାରିଛି ଭାରତ, ଦେଖନ୍ତୁ Video...

Key Points
ଆମେରିକା ଆଗରେ ମାନିଲା ପାକିସ୍ତାନ ।
ଆଡ୍ଭାନ୍ସଡ୍ ଏୟାର ଡିଫେନ୍ସ ସିଷ୍ଟମ ପାଇଁ କଲା ଗୁହାରୀ ।
ଭାରତ ୮୦ ଜେଟ ପଠାଇଥିଲା, ସବୁଥିରେ ଲାଗିଥିଲା ୫ ମିସାଇଲ ।
ଅପରେସନ୍ ସିନ୍ଦୁରକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଘଟଣା ଦିନକୁ ଦିନ ଯେତିକି ପୁରୁଣା ହେଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ନିକଟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ରୋଚକ ତଥ୍ୟ । କୁହାଯାଉଛି, ଭାରତ ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୪୦୦ ମିସାଇଲ ମାଡ଼ କରିଛି ପାକିସ୍ତାନକୁ । ୮୦ଟି ଲଢ଼ୁଆ ବିମାନରୁ ଏହି ମିସାଇଲ ମାଡ଼ କରାଯାଇଛି । ଆରମ୍ଭରୁ ଯେଉଁ ଖବର ଆସୁଥିଲା ସେଥିରେ କୁହାଯାଉଥିଲା ଭାରତ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି । କନ୍ତୁ ଏତେ ମାତ୍ରାରେ ମିସାଇଲ ମାଡ଼ କରାଯାଥିବା କଥା ସାମ୍ନାକୁ ଆସିନଥିଲା । ଏହି ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ଏକାଧିକ ଓ୍ବାରହେଡ୍ ରହିଥିଲା। ଭାରତ ଏହି ଆକ୍ରମଣରେ ବିପଦପୂର୍ଣ୍ଣ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିଥିଲା।
ଏହି କଥା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପାକିସ୍ତାନ ନିଜେ ଯାଇ ଆମେରିକା ଆଗରେ ମୁଣ୍ଡ ପିଟି ପିଟି ଭାରତ ବିରୋଧରେ ଏଭଳି ଅଭିଯୋଗ କରିଛି ।
ଆମେରିକା ଆଗରେ ଖୋଦ ପାକିସ୍ତାନ ଏପରି ଦୁଃଖ ବୟାନ କରିଛି । ପାକିସ୍ତାନର ଜଣେ ପ୍ରତିନିଧି ନିଜେ ଆମେରିକାର ଏକ ଟିଭି ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଏହି ଦାବି କରିଥିଲେ। ପାକିସ୍ତାନୀ ପ୍ରତିନିଧି କ୍ୟାମେରା ସମ୍ମୁଖରେ ଅନ-ରେକର୍ଡରେ କହିଥିଲେ ଯେ ଆମେ ଦେଖିଲୁ ଯେ ଭାରତର ୮୦ଟି ଲଢ଼ୁଆ ବିମାନ ପାକିସ୍ତାନରେ ପ୍ରବେଶ କରିଛି, ସେମାନେ ଆମ ଉପରେ ଏକାଥରେ ୪୦୦ଟି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
ଭାରତର ଏଭଳି ଘାତକ ଆକ୍ରମଣକୁ ଦର୍ଶାଇ ପାକିସ୍ତାନୀ ପ୍ରତିନିଧି ଆମେରିକାଠାରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ପାଇବା ପାଇଁ ଚେଷ୍ଟା କରିଛନ୍ତି । ପାକିସ୍ତାନୀ ପ୍ରତିନିଧିମାନେ କହୁଛନ୍ତି ଯେ ଭାରତ ଏକାଥରେ ଏତେ ବଡ଼ ଆକ୍ରମଣ କରିଛି। ଆମ ପାଖରେ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଥିଲା, ତେବେ ଆମେ ସେମାନଙ୍କୁ କିପରି ରୋକିପାରିଥାନ୍ତୁ। ତେଣୁ, ଆମେରିକା ଆମକୁ ଏକ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସହିତ ଆଧୁନିକ ଲଢ଼ୁଆ ବିମାନ ସହଯୋଗ କଲେ ଆଗାମୀ ଦିନରେ ଆମେ ନିଜକୁ ସୁରକ୍ଷା ଦେଇପାରିବୁ । ଏହାସହ ଭାରତକୁ ମୁକାବିଲା କରିପାରିବ ।
ୱାଶିଂଟନରେ ବର୍ତ୍ତମାନ ଥିବା ପାକିସ୍ତାନୀ ପ୍ରତିନିଧିମଣ୍ଡଳର ସଦସ୍ୟ ଓ ଶେହବାଜ ସରିଫ କ୍ୟାବିନେଟର ମନ୍ତ୍ରୀ ମୁସାଦିକ ମଲିକଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ତାଙ୍କୁ ଆମେରିକାକୁ ଏୟାର ଡିଫେନ୍ସ ସିଷ୍ଟମ ଓ ଫାଇଟର ଜେଟ୍ ବିକ୍ରି କରିବାକୁ ଗୁହାରି କରୁଥିବା ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓରେ ମଲିକ କହୁଛନ୍ତି, ଭାରତ ୮୦ ବିମାନ ଓ ୪୦୦ କ୍ଷେପଣାସ୍ତ୍ର ସହ ଆସିଥିଲା । ଏହି ବିମାନଗୁଡିକ ଆଣବିକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ଆପଣ ଜାଣି ପାରୁଛନ୍ତି ଆମ ସହିତ କଣ ହୋଇଥାଆନ୍ତା । ଯଦି ଆମ ପାଖରେ ଯଦି ଏୟାର ଡିଫେନ୍ସ ସିଷ୍ଟମ ନଥାଆନ୍ତା ତେବେ ଆମେ ଧ୍ୱଂସାବଶେଷରେ ପରିଣତ ହୋଇଥାନ୍ତୁ । କିନ୍ତୁ ଭାରତ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରୁଛି । ସେମାନେ ବହୁତ ଆଡଭାନ୍ସ । ଆପଣ ସେହି ଟେକ୍ନୋଲୋଜି ନେଇ ଆସନ୍ତୁ, ଆମେ ଆପଣଙ୍କଠୁ କିଣିବାକୁ ପ୍ରସ୍ତୁତ ।
ମଲିକଙ୍କ ଏହି ବୟାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିପରୀତ ରହିଛି । ଶେହବାଜ ସରିଫ ପୁରା ଦୁନିଆରେ ଭାରତକୁ ପରାସ୍ତ କରିଥିବାର ଡିଣ୍ଡିମ ପିଟୁଛନ୍ତି । ଏପରିକି ଏହି ଖୁସିରେ ପାକିସ୍ତାନୀ ସେନାର ପ୍ରମୁଖ ଜେନେରାଲ ସୈୟଦ ଅସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶଲର ଉପାଧି ମଧ୍ୟ ଦେଇ ଦେଲେ । ଏହି ଉପାଧି ଭାରତ ବିରୋଧରେ ବିଜୟ ପାଇଁ ତାଙ୍କୁ ପ୍ରଦାନ କରାଯାଇଛି ।
80 Jets with 400 Missiles........
— Saffron Swamy (@SaffronSwamyy) June 6, 2025
Pakistan yet to come out of Horror of Operation Shindoor
Pakistan Delegation in US forced to beg weapons and Technology by India's For power pic.twitter.com/c170xWXtWR