Cobra / କି ସାହସ ! ନାଗ ସାପ ଦେହରେ ପକାଇଲେ ୮୦ ଷ୍ଟିଚ୍...

Key Points
। ସାପଟି ଏବେ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।
ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜ୍ଜୟିନୀରେ ଧାର୍ମିକ କାର୍ଯ୍ୟ ସହ ପଶୁପକ୍ଷୀଙ୍କ ସେବାକୁ ମଧ୍ୟ ଅନେକ ଗୁରୁତ୍ୱ ଦିଆଯାଏ। ଆପଣ ଦେଖିଥିବେ ଯେ ଲୋକମାନେ ସାପ ଦେଖିବା ମାତ୍ରେ ଭୟଭୀତ ହୋଇ ତାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ପୂର୍ବରୁ କେବେ ବୋଧ ହୁଏ ଶୁଣିଥିବେ ।
ଉଜ୍ଜୟିନୀରେ ଜଣେ ସାପ ଧରାଳି ଓ କିଛି ଡାକ୍ତର ମିଶି ଏକ କ୍ଷତାକ୍ତ ସାପକୁ ବଞ୍ଚାଇବା ପାଇଁ ଯାହା କରିଛନ୍ତି, ତାକୁ ଯିଏ ବି ଶୁଣୁଛି ଅଶ୍ଚର୍ଯ୍ୟ ହେଉଛି । ଉଜ୍ଜୟିନୀର ବିକ୍ରମ ନଗର ଶିଳ୍ପାଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ ବିରାଟ କଳା ରଙ୍ଗର କୋବ୍ରା ସାପ JCB ଦ୍ୱାରା ଆଘାତ ପାଇ ଗୁରୁତର ହୋଇଥିଲା । ବିଳମ୍ବିତ ରାତି ସମୟରେ ସାପଟି ଆଘାତ ପାଇଥିବାରୁ, ଅନ୍ଧାର ଯୋଗୁଁ ତାକୁ କେହି ଦେଖିପାରିନଥିଲେ । ତେଣୁ ସେ ସେଇ ଆଖପାଖ ଅଞ୍ଚଳରେ ସେମିତି ଯନ୍ତ୍ରଣା ସହ ଘୁସୁରି ଘୁସୁରି ବୁଲୁଥିଲା । ତା' ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା ।
ସ୍ଥାନୀୟ ଲୋକମାନେ ଆହତ ସାପଟିକୁ ଦେଖିବା ପରେ, ସେମାନେ ତୁରନ୍ତ ସାପ ଧରାଳି ରାହୁଲ ଏବଂ ମୁକୁଲଙ୍କୁ ଖବର ଦେଇଥିଲେ। ଖବର ପାଇ ଉଭୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସତର୍କତାର ସହିତ ଉଦ୍ଧାର କରିଥିଲେ। ଏହାର ଅବସ୍ଥା ବହୁତ ଗମ୍ଭୀର ଦେଖାଯାଉଥିଲା, ତେଣୁ ବିଳମ୍ବ ନକରି, ଏହାକୁ ଉଦୟନ ମାର୍ଗରେ ଥିବା ପଶୁଚିକିତ୍ସାଳୟକୁ ନିଆଯାଇଥିଲା। ପଶୁଚିକିତ୍ସା ବିଶେଷଜ୍ଞ ମୁକେଶ ଜୈନ ସାପଟିକୁ ପରୀକ୍ଷା କରିଥିଲେ ଏବଂ ତାର ମୁଣ୍ଡ ଏବଂ ପିଠିରେ ଗଭୀର ଆଘାତ ଲାଗିଥିବା ଜାଣିବାକୁ ପାଇଥିଲେ । ତାର ଅବସ୍ଥା ଗୁରୁତର ଥିଲା, କିନ୍ତୁ ଡାକ୍ତର ଏହା ଦେଖି ବିଚଳିତ ହୋଇନଥିଲେ କିମ୍ବା ହାର ମାନିନଥିଲେ ।
୮୦ ଷ୍ଟିଚ୍ ପଡ଼ିଲା, ନୂଆ ଜୀବନ ପାଇଲା
ଡାକ୍ତର ମୁକେଶ ଜୈନ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା କ୍ରିଟିକାଲ ଅପରେସନ୍ । ସାପ ଦେହରେ ମୋଟ ୮୦ଟି ଷ୍ଟିଚ୍ ପଡ଼ିଥିଲା । ସାପର ନରମ ଶରୀରରେ ଏତେ ବଡ଼ ଅସ୍ତ୍ରୋପଚାର କରିବା ଡାକ୍ତରଙ୍କ ପାଇଁ ସହଜ ନଥିଲା । କିନ୍ତୁ ଡାକ୍ତର ଏବଂ ତାଙ୍କ ଟିମ୍ - ରବି ରାଠୋର, ପ୍ରଶାନ୍ତ ପରିହାର ଏବଂ ଅନ୍ୟ କର୍ମଚାରୀମାନେ ଅତ୍ୟନ୍ତ ଯତ୍ନ ଏବଂ ଦକ୍ଷତାର ସହିତ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ସାପକୁ ମୁକୁଲ ଏବଂ ରାହୁଲଙ୍କୁ ହସ୍ତାନ୍ତର କରାଯାଇଥିଲା । ସାପଟି ଏବେ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।
ଜନବସତିରେ ଦେଖାଯାଏ ଏହି ସାପ
ଡକ୍ଟର ଜୈନ ଏକ ଗଣମାଧ୍ୟମକୁ କହିଛନ୍ତି, 'ଆହତ ସାପଟି ଏଲାପିଡା ପ୍ରଜାତିର। ସାରା ବିଶ୍ୱରେ କୋବ୍ରାର ଅନେକ ପ୍ରଜାତି ଦେଖାଯାଇଥାଏ, ଯେଉଁଥିରେ ଭାରତୀୟ କୋବ୍ରା ଏବଂ କିଙ୍ଗ କୋବ୍ରା ସବୁଠାରୁ ଅଧିକ ଜଣାଶୁଣା । କିଙ୍ଗ କୋବ୍ରା ଏବଂ ସାଧାରଣ କୋବ୍ରା ଭିନ୍ନ ଭିନ୍ନ ପ୍ରଜାତିର। ଗୁରୁତର ସାପଟି ନାଜା ପ୍ରଜାତିର ଥିଲା। ଏହି ପ୍ରଜାତିର ସାପ ପ୍ରାୟତଃ ଜନବସତି ନିକଟରେ କିମ୍ବା ଚାଷ ଜମିରେ ଦେଖାଯାଇଥାଏ।
📱 Get Argus News App
✨Related Topics
Explore more stories