ଭାରତରେ ୮ ହଜାର ଏକ୍ସ ଆକାଉଣ୍ଟ ବନ୍ଦ, କରାଚୀରେ ଭୟଙ୍କର ବିସ୍ଫୋରଣ କଲା ଭାରତ

ଭାରତରେ ୮ ହଜାର ଏକ୍ସ ଆକାଉଣ୍ଟ ବନ୍ଦ। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଯିଏ ନମାନିବ ତାଙ୍କ ଉପରେ ବହୁ ପରିମାଣରେ ଆର୍ଥିକ ଜରିମାନା ଦେବାକୁ ପଡିବ। ସେପଟେ ଭାରତ ପକ୍ଷରୁ ଇଣ୍ଡିଆ ଗେଟ୍ ପାଖରୁ ଲୋକଙ୍କୁ ହଟାଇ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୟରେ ସାରା ପାକିସ୍ତାନ ବ୍ଲାକ୍ ଆଉଟ୍ ହୋଇଛି। ପାକ୍ର ୧୦୦ ମିସାଇଲକୁ ଭାରତ ନଷ୍ଟ କରି ସାରିଲାଣି। ୪ ଟି ବିମାନ ମଧ୍ୟ ଖସାଇ ଦିଆଯାଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦୁବାଇ ଖସିଯାଇଥିବା ଚର୍ଚ୍ଚା ହେଉଛି। ପାକିସ୍ତାନର ଅସୀମ ମୁନିର କହିଛନ୍ତି ବିମାନ ବିଧ୍ବସ୍ତ ହୋଇଛି। କରାଚୀରେ ବଡ ଧରଣର ବିସ୍ଫୋରଣ ହୋଇଛି। ପାକିସ୍ତାନର ବଡବଡ ଅଧିକାରୀ ମଧ୍ୟ ଦେଶ ଛାଡି ଚାଲି ଯାଉଛନ୍ତି।
📱 Get Argus News App
✨ସେପଟେ ପାକ୍ ସେନା ମୁଖ୍ୟ କହିଛନ୍ତି ତାଙ୍କ ପାଇଲଟ୍ ଭାରତ କବଜାରେ ରହିଛନ୍ତି। ପାକ୍ ସେନା ମୁଖ୍ୟ ସ୍ବୀକାର କରିଥିବା ଜଣା ପଡ଼ିଛି। ସପଟେ କରାଚୀ ବନ୍ଦରରେ ଜୋରଦାର ଆକ୍ରମଣ କରିଛି ଭାରତୀୟ ନୌସେନା। ଆରବ ସାଗରରେ ଆଇଏନଏସ ଭିକ୍ରାନ୍ତ କରିଛି ଆକ୍ରମଣ। ମାତ୍ର ୩ ଘଣ୍ଟା ମଧ୍ୟରେ ବେହାଲ ହୋଇଯାଇଛି ପୁରା ପାକିସ୍ତାନ।
ଜାଣନ୍ତୁ ଏପର୍ଯ୍ୟନ୍ତ କଣ ପଦକ୍ଷେପ ନେଇଛି ଭାରତ ?
- ପାକିସ୍ତାନର ଲାହୋରରେ ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଇସଲାମାବାଦ, କରାଚୀରେ ମଧ୍ୟ ଆକ୍ରମଣ କରାଯାଇଛି। ଜଳପଥ, ସ୍ଥଳପଥ ଓ ଆକାଶମାର୍ଗରୁ ଆକ୍ରମଣ କରୁଛି ଭାରତ। ପାକିସ୍ତାନର ସବୁ ଆକ୍ରମଣକୁ ବିଫଳ କରୁଛନ୍ତି ଭାରତୀୟ ସେନା
- ଭାରତ ପକ୍ଷରୁ ସବୁ ଏୟାରପୋର୍ଟକୁ ହାଇଆର୍ଲଟ ଜାରି କରାଯାଇଛି। ବିମାନଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
- ଆସନ୍ତାକାଲି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବୈଠକ ବସିବ। ସୁରକ୍ଷା ବୈଠକ ଡାକିଛନ୍ତି ଚାନ୍ଦିପୁର ରେଞ୍ଜ୍ ଡିଆଇଜି। ଆଇଟିଆର ନିର୍ଦ୍ଦେଶକ, ପିଏକ୍ସଇ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗଦେବେ
- ପଞ୍ଜାବରେ ପାକିସ୍ତାନ ଆକ୍ରମଣ କରୁଥିବାରୁ, ପଞ୍ଜାବରେ ୩ ଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି - ରାଜସ୍ଥାନରେ ପାକିସ୍ତାନର F-16 ପାଇଲଟଙ୍କୁ ଜୀବନ୍ତ ଧରିଛନ୍ତି ଭାରତୀୟ ସେନା। ପାକିସ୍ତାନର ଆଗାମୀ ଆଭିମୁଖ୍ୟ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି
-ୟୁରୋପିଆନ ସଂଘ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
- ପାକିସ୍ତାନର ଆକ୍ରମଣକୁ ବିଫଳ କରିବା ପାଇଁ ୪ ଟି ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ କରିଛି ଭାରତ -୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ବୈଠକରେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ
-ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ଜୟଶଙ୍କର। ତୁରନ୍ତ ପଛକୁ ହଟିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଆମେରିକା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି NSA ଅଜିତ୍ ଡୋଭାଲ
- ଭାରତ ପାକ୍ର ସବୁଡ୍ରୋନକୁ ଖସାଇ ଦେଇଛି। ଆକ୍ରମଣକୁ ଦୃଷ୍ଟିରେ ଜମ୍ମୁ କାଶ୍ମୀରରେ ବ୍ଲାକ ଆଉଟ୍ କରାଯାଇଛି - ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘରପାଖରେ ବିସ୍ଫୋରଣ କରିଛି ଭାରତ