Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏଥର ପାରାଲିମ୍ପିକ୍ସରେ ବି କମାଲ କରିବ ଭାରତ

Smruti Parija
Browse all articles by Smruti Parija
·1 year ago
ଏଥର ପାରାଲିମ୍ପିକ୍ସରେ ବି କମାଲ କରିବ ଭାରତ

ଅର୍ଗସ ବ୍ୟୁରୋ: ଏଥର ପାରାଲିମ୍ପିକ୍ସରେ ବି କମାଲ କରିବ ଭାରତ । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପରେ ଏବେ ଆଶା ପାରାଲିମ୍ପିକ୍ସରେ ବି ସମାନ ଜଲୱା ଦେଖାଇବେ ଭାରତୀୟ ଖେଳାଳି । କାରଣ ଚଳିତ ଥର ପାରାଲିମ୍ପିକ୍ସରେ ସାମିଲ ହେବେ ସର୍ବାଧିକ ଭାରତୀୟ ଖେଳାଳି । ଚଳିତ ବର୍ଷ 84 ଜଣ ଆଥଲେଟ୍ ପାରାଲିମ୍ପିକ୍ସ ଖେଳିବାକୁ ଚୟନ ହୋଇଛନ୍ତି । 

ଏମାନେ 12ଟି କ୍ରୀଡା ଯଥା ତୀରନ୍ଦାଜ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ୍, ସାଇକେଲିଂ, ବ୍ଲାଇଣ୍ତ ଜୁଡୋ,ଏବଂ ପାୱାରଲିଫ୍ଟଙ୍ଗ ଭଳି ଖେଳରେ ଅଂଶଗ୍ରହଣ କରିବେ । ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମାନସୁଖ ମାଣ୍ଡଭିୟ ଆଥଲେଟମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନରେ ଜୋଶ୍ ଭରିଛନ୍ତି । ଅଗଷ୍ଠ ୨୮ରୁ ସେପଟେମ୍ବର ୮ ଯାଏ ଚାଲିବ ପାରାଲିମ୍ପିକ୍ସ ।

ଆହୁରି ପଢନ୍ତୁ କ୍ରୀଡା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
84-athlets--has-been-selected-for-para-olympics-this-year | Argus News