Videos
|
National

ଗ୍ୟାସ୍, କୋଲେଷ୍ଟ୍ରଲ୍ ଆଉ ମଧୁମେହର ୮୪ଟି ମେଡିସିନ୍ ଗୁଣବତ୍ତା ପରୀକ୍ଷାରେ ବିଫଳ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଗ୍ୟାସ୍, କୋଲେଷ୍ଟ୍ରଲ୍ ଆଉ ମଧୁମେହର ୮୪ଟି ମେଡିସିନ୍ ଗୁଣବତ୍ତା ପରୀକ୍ଷାରେ ବିଫଳ

ଗୁଣବତ୍ତା ପରୀକ୍ଷାରେ ଆଉ ୮୪ ମେଡିସିନ୍ ଫେଲ୍ । ବହୁଳ ବ୍ୟବହାର ହେଉଥିବା ୮୪ଟି ମେଡିସିନ୍ CDSCO ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ଗ୍ୟାସ୍, କୋଲୋଷ୍ଟ୍ରଲ, ମଧୁମେହ ସହ ଆଣ୍ଟିବାଇଓଟିକ୍ସ, ଥାଇରଏଡ୍ ଭଳି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି ।


ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସବୁ ଔଷଧ ଖାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି । ଯାହାକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


NSQ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ପ୍ରଥମ କିମ୍ବା ଦ୍ଵିତୀୟ ନିର୍ଦ୍ଦିଷ୍ଟ ଗୁଣବତ୍ତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ । କିଛିଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା । ନୂଆ ନିୟମ ଅନୁସାରେ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ସଂଗ୍ରହ କରିବେ । ନମୂନା ସଂଗ୍ରହ ସହ ଔଷଧ ନମୁନା ମଧ୍ୟ ଲ୍ୟାବକୁ ପଠାଇବାକୁ ଜାରି ହୋଇଥିଲା ନିର୍ଦ୍ଦେଶ ।

84 drug batches fail In quality test | Argus News