Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Army / ଟ୍ରେଲର ଥିଲା ଅପରେସନ ସିନ୍ଦୁର ! ନୂଆ ନିୟମ ଆସୁଛି, ପାକିସ୍ତାନର ମୁଣ୍ଡ କାମ କରିବନି !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଟ୍ରେଲର ଥିଲା ଅପରେସନ ସିନ୍ଦୁର ! ନୂଆ ନିୟମ ଆସୁଛି, ପାକିସ୍ତାନର ମୁଣ୍ଡ କାମ କରିବନି !

Key Points

ପାକିସ୍ତାନର ପରମାଣୁ ଧମକକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଜେନେରାଲ କହିଛନ୍ତି, 'ଏବେ ଭାରତ ଏମିତି ଏକ ସ୍ଥିତିରେ ଅଛି, ଯେଉଁଠାରେ ସେ କୌଣସି ବ୍ଲାକମେଲିଂକୁ ଭୟ କରିବ ନାହିଁ।'

ପାକିସ୍ତାନକୁ ଚେତାବନୀ । ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁଣି ଥରେ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କ ପ୍ରତି ସମାନ ଆଭିମୁଖ୍ୟ ବଜାୟ ରଖିବ ଏବଂ ଆତଙ୍କବାଦର କଡ଼ା ଜବାବ ଦେବ। ଜେନେରାଲ ଦ୍ୱିବେଦୀ କହିଛନ୍ତି, "ଅପରେସନ ସିନ୍ଦୁର କେବଳ ଏକ ଟ୍ରେଲର ଥିଲା, ଯାହା ମାତ୍ର ୮୮ ଘଣ୍ଟା ମଧ୍ୟରେ ଶେଷ ହୋଇଗଲା। ଆମେ ଭବିଷ୍ୟତରେ ଯେକୌଣସି ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ପାକିସ୍ତାନ ଆମକୁ ସୁଯୋଗ ଦିଏ, ତେବେ ଆମେ ସେମାନଙ୍କୁ ପଡ଼ୋଶୀ ଦେଶ ସହିତ କେମିତି ବ୍ୟବହାର କରାଯାଏ ତାହା ଶିଖାଇ ଦେବୁ।"

ପାକିସ୍ତାନର ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ନୂଆଦିଲ୍ଲୀ ପାକିସ୍ତାନ ସହିତ ମୁକାବିଲା କରିବା ପାଇଁ ନୂଆ ନୀତି ଗ୍ରହଣ କରୁଛି। ଯଦି ପଡ଼ୋଶୀ ଦେଶ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ ଜାରି ରଖେ, ତେବେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ସେ କହିଛନ୍ତି, "ଭାରତ ପ୍ରଗତି ଏବଂ ସମୃଦ୍ଧି ଉପରେ ଧ୍ୟାନ ଦେଉଛି। ଯଦି କେହି ଆମର ପଥକୁ ବାଧା ଦିଅନ୍ତି, ତେବେ ଆମକୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ।"

'ରକ୍ତ-ପାଣି ଏକାଠି ବହିବ ନାହିଁ'

ସେନା ମୁଖ୍ୟ କହିଛନ୍ତି, 'ଆମେ କହିଛୁ ଯେ ଆଲୋଚନା ଏବଂ ଆତଙ୍କବାଦ ଏକାଠି ଚାଲିପାରିବ ନାହିଁ, ରକ୍ତ ଏବଂ ପାଣି ଏକାଠି ବହିପାରିବ ନାହିଁ। ଆମେ ସବୁବେଳେ ଶାନ୍ତି ସପକ୍ଷରେ ରହିଛୁ, ଏଥିପାଇଁ ସହଯୋଗ ମଧ୍ୟ କରିବୁ। ସେବେ ପର୍ଯ୍ୟନ୍ତ, ଆମେ ଆତଙ୍କବାଦୀ ଏବଂ ସେମାନଙ୍କର ପ୍ରାୟୋଜକଙ୍କ ସହିତ ସମାନ ବ୍ୟବହାର କରିବୁ।'

ପାକିସ୍ତାନର ପରମାଣୁ ଧମକକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଜେନେରାଲ କହିଛନ୍ତି, 'ଏବେ ଭାରତ ଏମିତି ଏକ ସ୍ଥିତିରେ ଅଛି, ଯେଉଁଠାରେ ସେ କୌଣସି ବ୍ଲାକମେଲିଂକୁ ଭୟ କରିବ ନାହିଁ।' ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ସହିତ ମୁକାବିଲା କରିବାରେ ଆମର ନୂଆ ନୀତି ପାକିସ୍ତାନ ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଜମ୍ମୁ କାଶ୍ମୀରର ସ୍ଥିତି

ସେନା ମୁଖ୍ୟ କହିଛନ୍ତି, 'ଏବେ ଆମର ପ୍ରତିରୋଧ କ୍ଷମତା, ଖୁବ୍‌ ସୁଦୃଢ଼ । ଆମେ କୌଣସି ବି ଆକ୍ରମଣର ପ୍ରତିରୋଧ କରିପାରିବା । ଆମର ଶକ୍ତି ଖୁବ୍‌ ସଫଳତାର ସହ କାମ କରୁଛି।' ଜେନେରାଲ ଦ୍ୱିବେଦୀ ଏହା ମଧ୍ୟ କହିଛନ୍ତି ଯେ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କାଶ୍ମୀରର ପରିସ୍ଥିତିରେ ଯଥେଷ୍ଟ ସୁଧୁରିଛି। ସେ କହିଛନ୍ତି, 'ଏହା ପରେ, ରାଜନୈତିକ ସ୍ପଷ୍ଟତା ଆସିଛି। ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି।' ସେନା ମୁଖ୍ୟ ଏହା ମଧ୍ୟ ଇଙ୍ଗିତ କରିଛନ୍ତି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଣିପୁର ଗସ୍ତ କରିବାକୁ ବିଚାର କରିପାରନ୍ତି, କାରଣ ସେଠାରେ ସ୍ଥିତି ସୁଧୁରିଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Indian Army | ‘88-hour trailer’: Indian Army chief to Pakistan on Op Sindoor; ‘next time it may…’ | Argus News