Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍‌ଶୀଘ୍ର ପାଇବେ ନୂଆ ବର୍ଦ୍ଧତ ଦରମା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍‌ଶୀଘ୍ର ପାଇବେ ନୂଆ ବର୍ଦ୍ଧତ ଦରମା

Key Points

ବର୍ଷ ଶେଷ ସୁଦ୍ଧା ରିପୋର୍ଟ ଦାଖଲ ।

ନୂଆ ବର୍ଷରୁ ବର୍ଦ୍ଧିତ ଦରମା ।

ଡବଲ ହୋଇପାରେ ଦରମା ।

କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବଢ଼ିବ ଦରମା । ଲାଗିବ ଅଷ୍ଟମ ବେତନ କମିଶନ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି । ଅନେକ ଭାବୁଛନ୍ତି କର୍ମଚାରୀଙ୍କ ଦରମାରେ ୧୮୬% ବୃଦ୍ଧି ପାଇବ । ତେବେ ୧୮୬% ଅର୍ଥ ହେଉଛି ଯାହାର ଦରମା ବର୍ତ୍ତମାନ ୫୦ ହଜାର ଟଙ୍କା ସେମାନଙ୍କ ଦରମା ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । କିନ୍ତୁ ପ୍ରକୃତରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ପ୍ରତିଶତ ବୃଦ୍ଧି ପାଇବ ତାହା ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ହିଁ ବୃଦ୍ଧି ପାଇବ ।

ତେବେ ନିକଟରେ କିଛି ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଦରମା ବୃଦ୍ଧି କେବଳ ୧୦ ରୁ ୩୦ ପ୍ରତିଶତ ହେବ। ଏହାଠାରୁ ଅଧିକ ନୁହେଁ । ଏହାର ଅର୍ଥ ହେଉଛି ଯିଏ ୫୦ ହଜାର ଟଙ୍କା ବେତନ ପାଉଛନ୍ତି, ତାଙ୍କର ସର୍ବାଧିକ ଦରମା ୬୦ରୁ ୬୫ ହଜାର ଟଙ୍କା ମଧ୍ୟରେ ହିଁ ରହିବ । କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ନେଇ ଘୋଷଣା କରିସାରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ରିପୋର୍ଟ ଉପସ୍ଥାପନ ହେବ।

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବୃଦ୍ଧି ପାଏ ତେବେ ଯାଇ କର୍ମଚାରୀଙ୍କ ଦରମା ଯାହାକି ଅତି କମ୍‌ରେ ୧୮ ହଜାର ଟଙ୍କା ଥିଲା ତାହା ୫୧,୪୮୦ ଟଙ୍କା ହେବ । ସେହିଭଳି ପେନସନ୍ ଟଙ୍କା ଅତି କମ୍‌ରେ ୯ ହଜାର ଟଙ୍କାରୁ ବଢି ୨୫,୭୪୦ ଟଙ୍କା ହେବ । ସେହି ହିସାବରେ ଯଦି ଆମେ ଦେଖିବା ଜଣେ ପିଅନ କିମ୍ବା ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା କର୍ମଚାରୀଙ୍କ ଅତି କମ୍ ଦରମା ୫୧,୪୮୦ ଟଙ୍କା ହେବ । ସେହିଭଳି ଜଣେ ଲୋୟର ଡିଭିଜନ୍ କ୍ଲର୍କଙ୍କ ଦରମା ୧୯,୯୦୦ ଟଙ୍କାରୁ ବଢି ୫୬,୯୧୪ ଟଙ୍କା ହେବ ।

ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବଢିଲେ ଜଣେ କନଷ୍ଟେବଲଙ୍କ ଦରମା ୨୧,୭୦୦ ଟଙ୍କାରୁ ବୃଦ୍ଧି ପାଇ ୬୨,୦୬୨ ଟଙ୍କା ହୋଇଯିବ । ଜୁନିୟର କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୭୨,୯୩୦ ଟଙ୍କା ହୋଇଯିବ । ଆଉ ଟେକନିକାଲ ଷ୍ଟାଫଙ୍କ ଦରମା ୨୯,୨୦୦ରୁ ୮୩,୫୧୨ ଟଙ୍କା ହୋଇଯିବ । ତେବେ କୁହାଯାଉଛି ଫିଟମେଣ୍ଟ ଫ୍ୟାକ୍ଟର ଏତେ ବୃଦ୍ଧି ହେବ ନାହିଁ । ତାହା ଅତି ବେଶିରେ ୧.୯୨ କିମ୍ବା ୨.୦୮ ମଧ୍ୟରେ ହିଁ ରହିବ । ଜାନୁଆରୀ ୧୬ ରେ, କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଥିଲା । ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଖୁବଶୀଘ୍ର ଅଷ୍ଟମ ବେତନ ଆୟୋଗ ପ୍ରତିଷ୍ଠା ହେବ ।

କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଆଶା ରଖିଛନ୍ତି କି, ୨୦୨୬ ଜାନୁଆରୀ ୧ ତାରିଖରୁ ଦରମା ବୃଦ୍ଧି ପାଇବ । କିନ୍ତୁ ଏହା ହେବା ସମ୍ଭାବନା କମ୍ । କାରଣ ବର୍ତ୍ତମାନ ସୁଦ୍ଧା ୮ମ ବେତନ କମିଶନ ଚେୟାରମ୍ୟାନ୍, ଦୁଇ ସଦସ୍ୟ ଏବଂ ଜଣେ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତି ପାଇନାହାନ୍ତି । ତେଣୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ୨୦୨୬ ଜାନୁଆରୀ ୧ ତାରିଖରୁ ଅଧିକ ଦରମା ପାଇବା ଆଶା କମ୍ । ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ପାଇଁ ଅଧିକ ୧ ବର୍ଷ ସମୟ ଲାଗିପାରେ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
8th Pay commission: Good news for central employees, they will get new salary hike soon | Argus News