Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୧ରୁ ରାଜ୍ୟର ୯ ଲକ୍ଷ ମହିଳା ବନିଛନ୍ତି ନିଜସ୍ୱ MSME ଶିଳ୍ପର ପ୍ରତିଷ୍ଠାତା

Banajyotshna Ray
Browse all articles by Banajyotshna Ray
·11 months ago·2 min read
୨୦୨୧ରୁ ରାଜ୍ୟର ୯ ଲକ୍ଷ ମହିଳା ବନିଛନ୍ତି ନିଜସ୍ୱ MSME ଶିଳ୍ପର ପ୍ରତିଷ୍ଠାତା

Key Points

ଉଦ୍ୟୋଗୀ ହେବାକୁ ଆଗ୍ରହୀ ଓଡ଼ିଆ ନାରୀ
MSME କ୍ଷେତ୍ରରେ ବଢୁଛି ମହିଳାଙ୍କ ଭାଗିଦାରୀ
କେନ୍ଦ୍ରର ଆର୍ଥିକ ପ୍ରୋତ୍ସାହନରେ ଓଡ଼ିଆ ମହିଳା ସାଜିପାରିଛନ୍ତି ନିଯୁକ୍ତି ଦାତା
୨୦୨୧ରୁ ରାଜ୍ୟର ୯ ଲକ୍ଷ ମହିଳା ବନିଛନ୍ତି ନିଜସ୍ୱ MSME ଶିଳ୍ପର ପ୍ରତିଷ୍ଠାତା

ଲୋକସଭାରେ MSME ରାଷ୍ଟ୍ର ମନ୍ତ୍ରୀ ରଖିଥିବା ଏହି ତଥ୍ୟ ଉପରେ । MSME ଶିଳ୍ପ କେମିତି ଓଡ଼ିଆ ମହିଳାଙ୍କୁ ନିଯୁକ୍ତି ଦାତା କରାଇଛି ଏହି ତଥ୍ୟ ହିଁ ତାର ବଡ଼ ପ୍ରମାଣ । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର କହୁଛି ୨୦୨୧ ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଉଦ୍ୟମରେ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜିକରଣ କରି MSME ଶିଳ୍ପ ଖୋଲିଛନ୍ତି ରାଜ୍ୟର ୯ ଲକ୍ଷରୁ ଅଧିକ ମହିଳା । ଆଉ ଯଦି ବର୍ଷ ୱାରି ତଥ୍ୟ ଉପରେ ନଜର ପକାଇବ । ୨୦୨୦-୨୧ ଆର୍ଥିକ ବର୍ଷ ରେ ୭ ହଜାର ୮୨୩ ଜଣ ମହିଳା ଉଦ୍ୟୋଗୀ ବନିଥିବା ବେଳେ ୨୦୨୧-୨୨ ରେ ୨୦ ହଜାର ୬୮୮ ଜଣ, ୨୦୨୨-୨୩ ରେ ୩୮ ହଜାର ୯୭ ଜଣ, ୨୦୨୩-୨୪ ରେ ୩ ଲକ୍ଷ ୯୯ ହଜାର ୭୨୮ ଜଣ, ୨୦୨୪-୨୫ ରେ ୨ ଲକ୍ଷ ୪୩ ହଜାର ୧୫୪ ଜଣ ଏବଂ ୨୦୨୫-୨୬ ଜୁଲାଇ ମାସ ସୁଦ୍ଧା ୩୬ ହଜାର ୧୮୪ ଜଣ ଓଡ଼ିଆ ମହିଳା ଖୋଲିଛନ୍ତି ନିଜସ୍ୱ MSME ଉଦ୍ୟୋଗ । ଏହି ସଂଖ୍ୟା ଆହୁରି ଅଧିକ ବଢାଇବା ଉପରେ ଜୋର ଦିଆଯାଉଥିବା କହିଛନ୍ତି ରାଜ୍ୟ MSME ମନ୍ତ୍ରୀ।

ବାରିପଦା ସ୍ଥିତ 'ଅନ୍ନପୂର୍ଣ୍ଣା ପେପର ଓ୍ବାର୍କସ୍' ର ପ୍ରୋପାଇଟର ଦେବଶ୍ରୀ ମହାନ୍ତି । ଦେଵଶ୍ରୀ ଜଣେ ଉଚ୍ଚ ଶିକ୍ଷିତା ମହିଳା । ଚାକିରୀରେ ଆତ୍ମସନ୍ତୁଷ୍ଟି ନମିଳିବାରୁ, ପ୍ରଧାନମନ୍ତ୍ରୀଙ୍କ ସ୍ବରୋଜଗାର କାର୍ଯ୍ୟକ୍ରମ ବିଷୟରେ ଜାଣିବା ପରେ ଅଳ୍ପ ଟଙ୍କା ବିନିଯୋଗରେ ନୋଟଖାତା ତିଆରି ଶିଳ୍ପ ଆରମ୍ଭ କରିଥିଲେ । ଏବେ ପୁରୁଣା ଋଣ ପରିଶୋଧ କରିବା ସହ ସରକାରଙ୍କ ସବସିଡି ମଧ୍ୟ ପାଇ ସାରିଛନ୍ତି । ସେ ନିଜେ ଆର୍ଥିକ ଦୃଷ୍ଟିରୁ ଶଶକ୍ତି ହେବା ୧୮ଜଣଙ୍କୁ ନିଯୁକ୍ତି ଦେଇ ବାର୍ଷିକ ଏକ କୋଟିରୁ ଅଧିକ ଟଙ୍କାର ଟର୍ଣ୍ଣଅଭର କରୁଛନ୍ତି । ସେହିପରି କୁଳିଅଣା ବ୍ଲକ ତେନ୍ତୁଳିଡିଙ୍ଗାର ପ୍ରିୟଙ୍କା ଘୋଷ ।


ପ୍ରଥମେ ନିଜସ୍ୱ ଉଦ୍ୟମରେ 'ସଂପୂର୍ଣ୍ଣା ଏଣ୍ଟରପ୍ରାଇଜେସ୍' ନାମକ ଏକ ଶିଳ୍ପ MSME ଜରିଆରେ ଖୋଲି ପେପର ପ୍ଲେଟ, କପ୍ ଦୋନା ଇତ୍ୟାଦି ନିର୍ମାଣ କରୁଥିଲେ । ପରେ ବ୍ୟଙ୍କ ସହାୟତାରେ ବେଶ୍ ଆଗକୁ ବଢି ପାରିଛନ୍ତି । ସରକାରଙ୍କ ଯୋଜନାରେ ସବସିଡି ପାଇବା ସହ ଏବେ ନିଜ ପାଖରେ ୭ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ବାର୍ଷିକ ୬୦ଲକ୍ଷ ଟଙ୍କାର ଟର୍ଣ୍ଣଓଭର କରୁଛନ୍ତି । ଏଠାରୁ ତାଙ୍କ ଉତ୍ପାଦିତ ସାମଗ୍ରୀ କୋଲକାତା ପର୍ଯ୍ୟନ୍ତ ଯାଉଛି । ଏସବୁର ପ୍ରଧାନମନ୍ତ୍ରୀଙ୍କ ଭିଜନ ପାଇଁ ହୋଇପାରିଥିବା କହିଛନ୍ତି ଦେଵଶ୍ରୀ ଓ ପ୍ରୀୟଙ୍କା ।

ଦେଶରେ MSME କ୍ଷେତ୍ରରେ ରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଁ ମୋଦି ସରକାର ନେଇଛନ୍ତି ଅନେକ ପଦକ୍ଷେପ । ମହିଳା-ମାଲିକାନାଧୀନ MSME ଶିଳ୍ପ ର ପଞ୍ଜୀକରଣ ପାଇଁ କରାଯାଇଛି ସ୍ୱତନ୍ତ୍ର ଅଭିଯାନ । ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ MSME ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ "ଯଶସ୍ୱିନୀ" ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
9 lakh women in the state have become founders of their own MSME industry since 2021-Argus News | Argus News