|
logo
Live

Argus News - ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

National

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ 9 ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମୁଲୁଗୁ ଜିଲ୍ଲା ଏସପି ଓ ୩୯ ବାଟାଲିୟନ ସିଆରପିଏଫ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଅପରେସନ ଚେୟୁତା ମାଧ୍ୟମରେ ଏହି ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ 9 ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର ।


ହେଲେ ଆତ୍ମସମର୍ପଣ ପରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ମୁଲୁଗୁ ଜିଲ୍ଲା ଏସପି କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ମଧ୍ୟ ସେମାନଙ୍କ ପରିବାର ସହିତ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ଯାପନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବହୁ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ପ୍ରତି ଗାଁରେ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ପ୍ରଭାବିତ ହୋଇ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି। ତେବେ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

Sponsored
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ | Argus News